ଚୋରା ମଦ ପିଇ ମଦୁଆଙ୍କ ଉତ୍ପାତ, ଉତ୍ତ୍ୟକ୍ତ ମହିଳା ଭାଙ୍ଗିଲେ ମଦ ବୋତଲ

Published By : Prameya-News7 Bureau | March 10, 2020 IST

ଭଦ୍ରକ ୧୦।୩: ଚୋରା ମଦ ପିଇ ମାଲକଙ୍କ ଉତ୍ପାତ ଯୋଗୁଁ ରାଗିଲେ ମହିଳା । ମଦଦୋକାନୀଙ୍କ ଘର ଭାଙ୍ଗିବା ସହ ନଷ୍ଟ କଲେ ଦେଶୀ ମଦ ।

{"id":236012,"sizeSlug":"large"}

ଭଦ୍ରକ ଜିଲ୍ଲା ତିହିଡି ଥାନା ଅଧିନସ୍ଥ ତଳଗୋପବିନ୍ଧା ପଞ୍ଚାୟତର ନର୍ସିଂପୁର ଗାଁରେ ଦୀର୍ଘଦିନ ଧରି ଚୋରାରେ ମଦ କାରବାର ଚାଲୁଥିଲା । ଗ୍ରାମବାସୀ ବାରମ୍ବାର ପ୍ରଶାସନକୁ ଜଣାଇଲା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଲା ନାହିଁ ବୋଲି ଅଭିଯୋଗ ହୋଇଛି ।

{"id":236013,"sizeSlug":"large"}

ଗତକାଲି ରାତିରେ ମଦ ପିଇ କିଛି ଯୁବକ ସାଧାରଣ ଲୋକଙ୍କୁ ଗାଳିଗୁଲଜ କରିଥିଲେ । ଏହାକୁ ନେଇ ମହିଳାମାନେ ସଂପୃକ୍ତ ମଦ ବେପାରୀଙ୍କ ସହ ଯୁକ୍ତି କରିଥିଲେ । ନଶୁଣିବାରୁ ଶେଷରେ ମହିଳାମାନେ ଓ ଗ୍ରାମବାସୀ ଘରେ ରଖିଥିବା ମଦ ଗୁଡିକ ପିଟି ପିଟି ଭାଙ୍ଗି ଦେଇଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.