scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଶୌଚ ପାଇଁ ଯାଇଥିବା ବେଳେ ଖପୁରି ଉଡ଼ାଇ ଦେଲା ଭାଲୁ

2/07/2023 at 9:33 PM

ନୀଳଗିରି୨/୭: ଭାଲୁ ଆକ୍ରମଣରେ ମହିଳା ଗୁରୁତର। ଓଲଟାଇ ଦେଲା ଖପୁରୀ। ଏଭଳି ଘଟଣା ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଘଟିଛି। ନୀଳଗିରି ବ୍ଲକ ଅଧିନ ମହିସାପଟ୍ଟା ପଂଚାୟତ ଡମ୍ବରୁଘାଟି ଗାଁର ରଟେ ସିଂଙ୍କ ସ୍ତ୍ରୀ କାଳି ସିଂ ଆଜି ଦ୍ୱିପ୍ରହରରେ ବାଡିକୁ ଶୌଚ ପାଇଁ ଯାଇଥିବା ବେଳେ ହଠାତ ଏକ ଭାଲୁ ଆତର୍କିତ ଆକ୍ରମଣ କରିଥିଲା। ଭାଲୁଟି ମୁଣ୍ଡ ଖପୁରୀ ଉଠାଇ ଦେଇଥିଲା। ପ୍ରାଣ ବିକଳରେ ସେ ଡାକ ପକାଇବାରୁ ଘର ଲୋକ ଦୌଡ଼ି ଆସିବାରୁ ଭାଲୁଟି ଛାଡି ପାଖ ଜଙ୍ଗଲକୁ ପଳାଇ ଥିଲା।

ତାଙ୍କୁ ଗୁରୁତର ଭାବେ ନୀଳଗିରି ହସ୍ପିଟାଲ ଆଣିଥିବା ବେଳେ ସ୍ୱାସ୍ଥ୍ୟ ଅବସ୍ଥା ସଂକଟାପନ୍ନ ହେବାରୁ ବାଲେଶ୍ଵର ମୁଖ୍ୟ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ତେବେ କିଛିଦିନ ଧରି ଭାଲୁ ନୀଳଗିରି ସ୍ୱର୍ଣ୍ଣଚୁଡ଼ ସଂରକ୍ଷିତ ଜଙ୍ଗଲ ସୀମାନ୍ତ ଗାଁ ଗୁଡିକରେ ବ୍ୟାପକ ଉପଦ୍ରବ କରୁଥିବା ବେଳେ ଧନଜୀବନ ଉପରେ ବିପଦ ଥିବାରୁ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।

ପଢ଼ନ୍ତୁ-ବର୍ଷେ ହେଲା ଭୟରେ ଥିଲେ ଗାଁଲୋକ; ପୋଖରୀରୁ ଉଦ୍ଧାର ହେଲା ମଗର ପ୍ରଜାତିର କୁମ୍ଭୀର

   Related Posts