ଅଗ୍ନିଶମ ବାହିନୀରେ ସାମିଲ ହୋଇପାରନ୍ତି ମହିଳା, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସୂଚନା

Published By : Prameya-News7 Bureau | November 27, 2024 IST

ଭୁବନେଶ୍ବର: ଆୟୋଜିତ ହୋଇଛି ଅଗ୍ନିଯୋଦ୍ଧା ନିଯୁକ୍ତି ସମାରୋହ। ଭୁବନେଶ୍ୱର ସ୍ଥିତ କୃଷି ଶିକ୍ଷା ସଦନ ଠାରେ ଏହି ନିଯୁକ୍ତି ସମାରୋହ ଆୟୋଜିତ ହୋଇଛି । ୯୪୧ ଜଣ ଅଗ୍ନିଯୋଦ୍ଧାଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମହିଳାଙ୍କ ଅଗ୍ନିଶମ ବାହିନୀରେ ନିଯୁକ୍ତି ବିଷୟରେ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଅଗ୍ନିଶମ ବାହିନୀରେ ଆଗକୁ ମହିଳା ନିଯୁକ୍ତ ହୋଇପାରନ୍ତି। ମହିଳାଙ୍କ ନିଯୁକ୍ତି ନେଇ ବିଚାର କରିବେ ସରକାର । ଆଗକୁ ଫାୟାରମ୍ୟାନ୍ ନାଁ ବଦଳି ଫାୟାର ଫାଇଟର ମଧ୍ୟ ହୋଇପାରେ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। 

ସୂଚନାଥାଉକି, ବୁଧବାର ଆୟୋଜିତ ହୋଇଥିବା ଅଗ୍ନିଯୋଦ୍ଧା କାର୍ଯ୍ୟକ୍ରମରେ ନିଯୁକ୍ତ ପତ୍ର ବାଣ୍ଟିବା ସହ ଉଦବୋଧନ କହି କହିଛନ୍ତି ‘ଆଗକୁ ଅଗ୍ନିଶମ ବିଭାଗରେ ଖାଲି ପଡ଼ିଥିବା ସମସ୍ତ ପଦବୀକୁ ଶୀଘ୍ର ପୂରଣ କରାଯିବ। ଏହା ଛଡ଼ା ୨୦୨୦ ମସିହାରୁ ଗୃହରକ୍ଷୀଙ୍କ ନିଯୁକ୍ତି ବନ୍ଦ ଥିବାରୁ ଏହି ପ୍ରକ୍ରିୟାକୁ ମଧ୍ୟ ଆରମ୍ଭ କରାଯାଇ ୨୪୧୬ ଖାଲିପଡିଥିବା ପଦବୀକୁ ମଧ୍ୟ ଖୁବଶୀଘ୍ର ପୂରଣ କରାଯିବ। 

ଏହା ସହ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ପଦବୀ ପୂରଣ ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି ଗୃହ ବିଭାଗରେ ଖାଲି ପଡ଼ିଥିବା ୧୦ ହଜାର ପଦବୀ ପୂରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ସେହିଭଳି ରାଜ୍ୟରେ ଖାଲି ପଡିଥିବା ପ୍ରାୟ ଦେଢ଼ ଲକ୍ଷ ସରକାରୀ ପଦବୀ ପୂରଣ ପାଇଁ ମଧ୍ୟ କାମ ଆରମ୍ଭ ହୋଇଛି। ଆସନ୍ତା ୫ ବର୍ଷରେ ୩ ଲକ୍ଷ ଶିକ୍ଷିତ ଯୁବକ ଯୁବତୀଙ୍କୁ ନିଯୁକ୍ତି ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଏହି ନିଯୁକ୍ତି ସମାରୋହରେ କହିଛନ୍ତି । ଏହି ନିଯୁକ୍ତି ସମାରୋହ ଉତ୍ସବରେ ଅଗ୍ନିଶମ ବିଭାଗ ପକ୍ଷରୁ ଅତ୍ୟାଧୁନିକ ଉପକରଣର ମଧ୍ୟ ପ୍ରଦର୍ଶନ କରାଯାଇଛି। ଏହି ସବୁ ଉପକରଣକୁ ବୁଲି ଦେଖିଥିଲେ ମୁଖ୍ୟମନ୍ତ୍ରୀ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.