ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

ଭଗବାନ ହନୁମାନଙ୍କ ସାମ୍ନାରେ ପୋଜ୍ ଦେଲେ ମହିଳା ବଡି ବିଲ୍ଡର୍ସ, ବିରୋଧ ନେଇ ମୁହାଁମୁହିଁ କଂଗ୍ରେସ-ବିଜେପି ନେତା

7/03/2023 at 4:54 PM

ନୂଆଦିଲ୍ଲୀ: ରାଜନୀତିର ଆଖଡା ପାଲଟିଲା ମହିଳା ସୁନ୍ଦର ସ୍ଵାସ୍ଥ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ। ଏହାର ଆୟୋଜନକୁ ନେଇ ମୁହାଁମୁହିଁ ହେଲେ ସ୍ଥାନୀୟ କଂଗ୍ରେସ ଏବଂ ବିଜେପି ନେତା। ନିକଟରେ ମଧ୍ୟପ୍ରଦେଶର ରତଲାମରେ ମହିଳା ସୁନ୍ଦର ସ୍ଵାସ୍ଥ୍ୟ ପ୍ରତିଯୋଗିତା ଆୟୋଜନ ହୋଇଛି। ବିବାଦର କାରଣ ହେଉଛି ପ୍ରତିଯୋଗୀମାନେ ଭଗବାନ ହନୁମାନଙ୍କ ସାମ୍ନାରେ ବିଭିନ୍ନ ପ୍ରକାରର ପୋଜ୍ ଦେବା। ଏହା ହନୁମାନଙ୍କ ପ୍ରତି ଅପମାନ ବୋଲି କଂଗ୍ରେସ ଅଭିଯୋଗ କରିଥିବା ବେଳେ ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି।

ମାର୍ଚ୍ଚ ୪ ଏବଂ ୫ ତାରିଖରେ ଦୁଇ ଦିନ ଧରି ମଧ୍ୟ ପ୍ରଦେଶର ରତଲାମରେ ୧୩ତମ ମିଷ୍ଟର ଜୁନିୟର ସୁନ୍ଦର ସ୍ଵାସ୍ଥ୍ୟ ପ୍ରତିଯୋଗିତା ଆୟୋଜିତ ହୋଇଛି। ଏଥିରେ ମହିଳା ପ୍ରତିଯୋଗୀମାନେ ଭଗବାନ ହନୁମାନଙ୍କ ସାମ୍ନାରେ ପୋଜ୍ ଦେଉଥିବା ଦେଖିବାକୁ ମିଳିଛି। ପ୍ରତିଯୋଗିତା ସରିବା ମାତ୍ରେ କଂଗ୍ରେସର କାର୍ଯ୍ୟକର୍ତ୍ତା ତୁରନ୍ତ ଗଙ୍ଗା ଜଳରେ ଧୋଇ ଏବଂ ହନୁମାନଚାଳିସା ପାଠ କରି ଆୟୋଜନସ୍ଥଳକୁ ସୁଧି କରିଛନ୍ତି।

ଏହି ସୁନ୍ଦର ସ୍ଵାସ୍ଥ୍ୟ ପ୍ରତିଯୋଗିତା ବିଜେପି ମେୟର ପ୍ରହ୍ଲାଦ ପଟେଲ୍‌ଙ୍କ ଏକ କମିଟି ଦ୍ଵାରା ଆୟୋଜନ କରାଯାଇଥିଲା। ଆଉ ଏହାର ସଂରକ୍ଷକ ଥିଲେ ରତଲାମର ବିଜେପି ବିଧାୟକ ଚୈତନ୍ୟ କଶ୍ୟପ।  ଏହି କାର୍ଯ୍ୟକ୍ରମର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବାରେ ଲାଗିଛି।

ଏହାକୁ ନେଇ ପୂର୍ବତନ ମେୟର ତଥା କଂଗ୍ରେସ ନେତା ପାରସ ସକଲେଚଛା ବିଜେପି ମେୟର ପ୍ରହ୍ଲାଦ ପଟେଲ୍ ଏବଂ ବିଧାୟକ ଚୈତନଥ୍ୟ କଶ୍ୟପଙ୍କ ଉପରେ ଭଗବାନ ହନୁମାନଙ୍କ ପ୍ରତି ଅଭଦ୍ରତାର ଆରୋପ ଲଗାଇଛନ୍ତି। ଜିଲ୍ଲା ଯୁବ କଂଗ୍ରେସ କମିଟିର ସଭାପତି ମୟଙ୍କ ଜାଟ୍ କହିଛନ୍ତି, ଯେଉଁମାନେ ଏହି କାର୍ଯ୍ୟକ୍ରମରେ ସାମିଲ୍ ଥିଲେ ସେମାନଙ୍କୁ ଭଗବାନ ହନୁମାନ  ଦଣ୍ଡ ଦେବେ।

ରାଜ୍ୟ ବିଜେପିର ମୁଖପାତ୍ର ହିତେଶ ବାଜପେୟୀ ଜବାବ ଦେଇ କହିଛନ୍ତି, ମହିଳା କେମିତି କ୍ରୀଡାରେ ଆଗକୁ ଯିବେ ତାହା ଚାହୁଁନି କଂଗ୍ରେସ। କାର୍ଯ୍ୟକ୍ରମ କିଛି ଆୟୋଜକ ସଦସ୍ୟ କଂଗ୍ରେସ ନେତାଙ୍କ ବିରୋଧରେ ଥାନାରେ ମାମଲା ଦେଇଛନ୍ତି।

ମଧ୍ୟ ପ୍ରଦେଶ ରାଜ୍ୟ କଂଗ୍ରେସ ସଭାପତି କମଲନାଥଙ୍କ ଗଣମାଧ୍ୟମ ପରାମର୍ଶଦାତା ପିୟୂଷ ବାବେଲେ କହିଛନ୍ତି, ହିନ୍ଦୁ ଧର୍ମ ଏବଂ ବାଳ ବ୍ରହ୍ମଚାରୀ ଭଗବାନ ବଜରଙ୍ଗବଲୀଙ୍କ ଏମିତି ଅପମାନ ଇତିହାସରେ ଏମିତି କେବେ ହୋଇନଥିବ, ଯାହା ବିଜେପି କରିଛି। ହନୁମାନଜୀଙ୍କ ପ୍ରତୀମା ସାମ୍ନାରେ ନଗ୍ନତା। ଏମାନେ ତ ସେହି ରାକ୍ଷସ ପରି ହୋଇଗଲେ, ଯେଉଁମାନେ ଭଗବାନଙ୍କଠୁ ବର ପାଇ ଭଗବାନଙ୍କ ବିରୋଧରେ ବିଦ୍ରୋହ କରିଥିଲେ।

   Related Posts