କେନ୍ଦ୍ରାପଡା ମାର୍ଶାଘାଇରେ ମଦ ବିରୋଧୀ ମେଳି ; ଶତାଧିକ ମହିଳାଙ୍କ ରାସ୍ତା ଅବରୋଧ

Published By : Prameya-News7 Bureau | October 01, 2018 IST

କେନ୍ଦ୍ରାପଡା ୧|୧୦: କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇରେ ମଦ ବିରୋଧୀ ମେଳି । ଚୋରା ମଦ ବେପାର ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି ସ୍ଥାନୀୟ ଅଞ୍ଚଳର ମହିଳା । ଅଙ୍ଗୁଳାଇ-ଓରତ ମୁଖ୍ୟ ରାସ୍ତା ଠାଉରିଠାରେ ଅବରୋଧ କରିଛନ୍ତି ଶତାଧିକ ମହିଳା । ଏହା ସହ ମଦ ବେପାର କରିବା ଅଭିଯୋଗରେ ଅଭୟ କୁମାର ନାୟକଙ୍କ ଘର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରିଛନ୍ତି । ଟାୟାର ଜାଳି ରାସ୍ତା ଅବରୋଧ କରିଥିବାରୁ ଉଭୟ ପାର୍ଶ୍ବରେ ଗାଡି ମଟର ଅଟକି ରହିଛି । ଚୋରା ମଦ ବେପାରିଙ୍କୁ ଗିରଫ ଦାବି କରିଛନ୍ତି ଆନ୍ଦୋଳନକାରୀ ମହିଳା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.