ବସ୍ତିରେ ଦାଦାଗିରି ମହଙ୍ଗା ପଡିଲା – ଲୋକ ଗୋଡାଇ ଧରିଲେ ୪ ଜଣଙ୍କୁ, ପୁଲିସ ୩ ଜଣଙ୍କୁ ଛାଡି ଦେଇଥିବା ଅଭିଯୋଗ

Published By : Prameya-News7 Bureau | November 19, 2019 IST

ଭୁବନେଶ୍ୱର ୧୯।୧୧ - ବସ୍ତିରେ ଭାଇଗିରି ଧାକ୍ ଦେଖାଇବାକୁ ଆସି ନିର୍ଧୁମ୍ ଛେଚା ଖାଇଲେ ଯୁବକ । ଚନ୍ଦ୍ରଶେଖରପୁର ମଙ୍ଗଳା ବସ୍ତିରେ କିଛି ଲୋକଙ୍କୁ ଘର ଖାଲି କରିବାକୁ ଧମକ ଚମକ ଦେବାକୁ ଆସିଥିଲେ ୬ ଯୁବକ । ସେମାନଙ୍କ ଦୌରାତ୍ମ୍ୟ ଅସହ୍ୟ ହେବାରୁ ତାତିଥିଲେ ମହିଳା । ୫ଜଣ ଖସିଯାଇଥିବା ବେଳେ ଜଣକୁ ଧରି ଖୁବ୍ ଛେଚିଥିଲେ । ଥାନାରେ ଅଭିଯୋଗ ପରେ ପୋଲିସ ଜଣକୁ ଅଟକ ରଖି ପଚରାଉଚରା ଚଳାଇଛି ।

{"id":186721,"sizeSlug":"large"}

‘ଆମେ ବାପି ଭାଇ ଟୋକା’ । ‘ଭାଇ କହିଛନ୍ତି ତୁମେମାନେ ଘର ଖାଲି କରିଦିଅ’ ।‘ ନହେଲେ ଚନ୍ଦନ ଦାସ ଭଳି ହଣା ଖାଇବ’ । ଚନ୍ଦ୍ରଶେଖରପୁର ମଙ୍ଗଳା ବସ୍ତିରେ ପହଞ୍ଚି ଏମିତି କିଛି ଡାଇଲଗବାଜି କରିଥିଲେ ୬ଜଣ ଯୁବକ । ୩ଟା ବାଇକ୍ରେ ଆସିଥିବା ଏହି ଯୁବକମାନେ ବେଶ୍ କିଛି ସମୟ ଧରି ପୂରା ବସ୍ତିରେ ସେମାନଙ୍କ ଦୌରାତ୍ମ୍ୟ ଚଳାଇଥିଲେ । ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ନା’ ଧମକ ଚମକ ଦେଇଥିଲେ ।

{"id":186722,"sizeSlug":"large"}

ଏମିତିକି ବୟସ୍କ ମହିଳାଙ୍କୁ ଧକ୍କା ମାରିବା ସହ ଆଉ କିଛି ମହିଳାଙ୍କ ଟଣାଓଟରା କରିଥିଲେ ।  ସେମାନଙ୍କ ଉତ୍ପାତ ଦେଖି ତାତିଥିଲେ ବସ୍ତିର ମହିଳା । ସମସ୍ତେ ଏକାଠି ହୋଇ ଭାଇଙ୍କ ଚେଲାମାନଙ୍କ ଭିତରୁ ଜଣକୁ କାବୁ କରିନେଇଥିଲେ । ଆଉ ତା’ପରେ ଆରମ୍ଭ ହୋଇଥିଲା ମହିଳାଙ୍କ ଚପଲ ମାଡ଼ । ବିରି ମାଡ଼ ଦେଖି କୋଳଥ ଚେପା ନ୍ୟାୟରେ ଜଣଙ୍କୁ ମାଡ଼ ଦେଖି ଭାଇଙ୍କ ଅନ୍ୟ ଚେଲାମାନେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ । ତଥାପି ଗୋଡ଼ାଇ ଗୋଡ଼ାଇ ୪ଜଣଙ୍କୁ ଧରି ପୋଲିସ ଜିମା ଦେଇଥିଲେ ସ୍ଥାନୀୟ ଲୋକେ ।

{"id":186723,"sizeSlug":"large"}

 ବାବୁ ଜଣକ କୁଆଡ଼େ ଏକ ରାଜନୈତିକ ଦଳର କର୍ମୀ ବୋଲି କୁହାଯାଉଛି । ଆଉ ଏମାନଙ୍କ ନେତା କୁହାଯାଉଥିବା ବାପି ଭାଇଙ୍କ ଭାଇଗିରିର ଭାଉ ଦେଖାଇ ଏମିତି ଉତ୍ପାତ ମଚାଇଥିଲେ । ବାବୁଙ୍କ ହିରୋ ଷ୍ଟାଇଲ୍କୁ , ହାତ ସାରା ଟାଟୁ ଉପରେ ଟାଟୁ ,ପାଠଶାଠ ଛାଡ଼ି ବାଇକ୍ ଖଣ୍ଡେ ଖଣ୍ଡେ ଧରି ଏମାନେ ବାହାରିଛନ୍ତି ଭାଇଗିରିର ଧାକ୍ ଦେଖାଇବାକୁ । କୁଜି ନେତାଙ୍କ ଇଶାରାରେ ଇନ୍ଦ୍ରଚନ୍ଦ୍ର ମାନୁନଥିବା ଏଭଳି କିଛି ଉଶୃଙ୍ଖଳ ଯୁବକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଦରକାର । ଯାହା ଏମାନଙ୍କ ମୁଣ୍ଡରୁ ଭାଇଗିରିର ନିଶା ଓହ୍ଲାଇଦେବ । ଘଟଣାରେ ଜଣେ ଯୁବକ ବୁଲାକୁ ଅଟକ ରଖି ପଚରା ଉଚରା ଚଳାଇଛି ପୋଲିସ । ତେବେ କାହା ଇଶାରାରେ ଅନ୍ୟ ୩ଜଣଙ୍କୁ ପୋଲିସ ଛାଡ଼ି ଦେଲା ତାକୁ ନେଇ ଉଠିଛି ପ୍ରଶ୍ନ ।

{"id":186724,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.