Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିବ ପଶ୍ଚିମା ଝଡ଼ର ପ୍ରଭାବ, ଘଡ଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା
  • ||

ଦୁଇ ମହିଳାଙ୍କୁ ଦୁର୍ବ୍ୟବହାର କଲେ ବାପା-ପୁଅ, ପାଣି ପିଇବାକୁ ବାଇକ୍ ରଖି ଜମି ଉପରେ ଠିଆ ହୋଇଥିଲେ

6/03/2023 at 5:25 PM

ବେଙ୍ଗାଲୁରୁ ୬।୩: ରବିବାର ଦିନ ଦକ୍ଷିଣ ବେଙ୍ଗାଲୁରୁର ଏନଆଇସିଇ ରୋଡରେ ଦୁଇ ଜଣ ମହିଳା ବାଇକ୍ ଆରୋହୀ ଜଣେ ବ୍ୟକ୍ତି ଏବଂ ତାଙ୍କ ବାପା ଦୁର୍ବ୍ୟବହାର କରିଛନ୍ତି ।  ଉଭୟ ଦୁର୍ବ୍ୟବହାରକାରୀଙ୍କ ଦାବି ଅନୁଯାୟୀ ବାଇକ ଆରୋହୀ ଦୁଇ ମହିଳା ଯେଉଁ ଜମିରେ ଅଟକି ଥିଲେ ସେହି ଜମିଟି ସେମାନଙ୍କର ଥିଲା । ରବିବାର ଦିନ ପ୍ରାୟ ୨ଟା ସମୟରେ ଗୋଟିଗେରେ ଅଞ୍ଚଳରେ ଏହି ଘଟଣା ଘଟିଥିଲା ।  ଡ. ଶାରୋନ୍ ସାମୁଏଲ୍ ଏବଂ ପ୍ରିୟଙ୍କା ପ୍ରସାଦ ଦୁଇ ବାଇକ୍ ଚାଳକ ପାଣି ପିଇବା ପାଇଁ ରାସ୍ତା କଡରେ ଠିଆହୋଇଥିଲେ । ସେହି ସମୟରେ ସେହି ରାସ୍ତା ଦେଇ ଯାଉଥିବା ବାପା-ପୁଅ ସେମାନଙ୍କୁ ସେହି ସ୍ଥାନ ଛାଡିବାକୁ କହିଥିଲେ ।

ପ୍ରିୟଙ୍କାଙ୍କ ଦ୍ୱାରା ରେକର୍ଡ କରାଯାଇଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ, ପୁଅ ମଞ୍ଜୁନାଥ ରାସ୍ତା ପାର ହେବା ସମୟରେ ସେମାନଙ୍କୁ କହିଥିଲେ ଯେ ସେମାନେ ସେଠାରେ ଠିଆ ହେବା ଅନୁଚିତ୍ । ତାହା ତାଙ୍କ ସମ୍ପତ୍ତି, ସେମାନେ ସେଠାରେ ଠିଆ ହେବା ଅନୁଚିତ୍ । ସେମାନେ ସେଠି କଣ କରୁଛନ୍ତି ବୋଲି ପ୍ରଶ୍ନ ମଧ୍ୟ କରିଥିଲେ । ସେ ଜଣେ ଓକିଲ ବୋଲି ମଧ୍ୟ ସେ ସେମାନଙ୍କୁ କହିଥିଲେ । ତାଙ୍କ ବାପା ହନୁମନ୍ତପ୍ପା ବୋଲି ଜଣାପଡିଛି ।

ଯେତେବେଳେ ମହିଳାମାନେ ରାସ୍ତାରେ ଠିଆହୋଇଥିବା କଥା କହିଥିଲେ ସେ କହିଥିଲେ ସେମାନେ ତାଙ୍କ ଗେଟ୍‌ରେ ଠିଆ ହୋଇଛନ୍ତି । ସେହି ଗେଟ୍‌ରେ ସେ ଯିବା ଆସିବା କରନ୍ତି । ସେମାନେ ସେଠାରେ ଅଟକିବା ଅନୁଚିତ୍ ।  ତୁରନ୍ତ ସେହି ସ୍ଥାନ ଛାଡିଯିବା ପାଇଁ ଲଗାତର ସେମାନଙ୍କୁ ପାଟି କରି କହିଥିଲେ ।

ତା’ପରେ ସେ ଶାରୋନ୍‌ଙ୍କ ଚାବି ଛଡାଇ ନେବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ସେ ତାଙ୍କ ହାତକୁ ମୋଡି ଦେଇଥିଲେ । ଫଳରେ ତାଙ୍କ ହାତ ଫୁଲିଯାଇଥିଲା । ଏହାପରେ ମହିଳାମାନେ ପୋଲିସ ହେଲ୍ପଲାଇନ ୧୧୨କୁ ଫୋନ କରିଥିଲେ । କିନ୍ତୁ ମଞ୍ଜୁନାଥ ପୋଲିସକୁ ଚାବି ହସ୍ତାନ୍ତର କରିବାକୁ ମନା କରିଦେଇଥିଲା । ପରେ ସେ କୋଣାନକୁଣ୍ଟେ ପୋଲିସ ଷ୍ଟେସନରେ ଥିବା ଇନ୍ସପେକ୍ଟରଙ୍କୁ ଦେଇଥିଲେ ।

ପ୍ରାୟ ୧୦୦ ବାଇକ୍ ଆରୋହୀ ପୋଲିସ ଷ୍ଟେସନ ବାହାରେ ଏକତ୍ରିତ ହୋଇ ମହିଳାମାନଙ୍କୁ ସହାୟତା କରିଥିଲେ ।  ଆରୋହୀଙ୍କ ମଧ୍ୟରୁ ଭେନା ଶେଟ୍ଟୀ ଏହି କାହାଣୀକୁ ନିଜ ଇନଷ୍ଟାଗ୍ରାମ ପେଜରେ ସେୟାର କରିଥିଲେ ।

   Related Posts