ସ୍ଵାମୀ ଓ ତାଙ୍କ ସାଙ୍ଗ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ମହିଳା
13/01/2019 at 8:40 PM

ଗୋରଖପୁର ୧୩/୧ –ସ୍ଵାମୀ ସାଜିପାରେ ସଇତାନ । ନିଜ ସାଙ୍ଗ ସହ ସ୍ତ୍ରୀକୁ ବି ବାଧ୍ୟକରିପାରେ ରଖିବାକୁ ଶାରୀରିକ ସଂପର୍କ । ଐଭଳି ଘଟଣା ଘଟିଛି ଗୋରଖପୁର ପିପରାଇଜ ଅଂଚଳରେ । ମହିଳା ଏ ବାବଦରେ ସ୍ଵାମୀ, ତାଙ୍କ ସାଙ୍ଗ ସମେତ ପରିବାରର ଶାଶୁ-ଶଶ୍ଵର, ଦେଢ଼ଶୁରଙ୍କ ନାଁରେ ମଧ୍ୟ ଅଭିଯୋଗ ଆଣିଛନ୍ତି ।
ପିପରାଇଜ ଅଂଚଳରେ ଘଟିଥିବା ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ସ୍ଵାମୀ ଥିଲା । ମହିଳାଙ୍କ ଅଭିଯୋଗ ଅନୁସାରେ ୨୦୧୬ ମସିହାରେ ଅଜୟ ପ୍ରଜାପତି ନାମକ ଜଣେ ଯୁବକଙ୍କ ସାଙ୍ଗରେ ବିବାହ ହୋଇଥିଲା । କିନ୍ତୁ ବିବାହ ପରେ ସ୍ଵାମୀ ତାଙ୍କ ସହ ବେଶୀ ସଂପର୍କ ରଖିବାକୁ ଚାହୁଁ ନଥିଲେ । ତାଙ୍କ ସ୍ଵାମୀ ଜଣେ ସମଲିଙ୍ଗୀ ବୋଲି ମହିଳା ପରେ ଜାଣିଥିଲେ । ସ୍ଵାମୀଙ୍କର ସଂଜୟ ନାମକ ଜଣେ ସାଙ୍ଗ ଥିଲା, ଯାହା ସହିତ ସଂପର୍କ ରଖିବାକୁ ତାଙ୍କୁ ବାଧ୍ୟ କରୁଥିଲେ ବୋଲି ଅଭିଯୋଗ ଆଣିଛନ୍ତି ମହିଳା ।

ମହିଳାଙ୍କୁ ତାଙ୍କ ସ୍ଵାମୀ ଦୁଷ୍କର୍ମ କରିବା ସହ ସଂଜୟକୁ ମଧ୍ୟ ଏଥିରେ ସାମିଲ କରୁଥିଲେ । ଏହିକଥାକୁ ମହିଳା ଘୋର୍ ବିରୋଧ କରୁଥିଲେ ବି ତାଙ୍କ ଶାଶୁ ଶଶ୍ଵର ସମର୍ଥନ କରୁଥିବା କଥା କହିଛନ୍ତି ।
ମହିଳାଙ୍କୁ ଶାରୀରିକ ତଥା ମାନସିକ ଭାବେ ଯନ୍ତ୍ରଣା ଦିଆଯିବା କଥା ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଏହି ଘଟଣାକୁ ଅନୁଧ୍ୟାନ କରି ମାମଲା ରୁଜୁ କରିଛି ।