ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ପ୍ରସଂଗ: ନବୀନଙ୍କ ମେସେଜରେ ରାହୁଲ ଗାନ୍ଧି ହଁ ଭରିବା ପରେ ଆସିଛି ରାଜନୈତିକ ଟ୍ବିଷ୍ଟ

Published By : Prameya-News7 Bureau | December 10, 2018 IST

ଭୁବନେଶ୍ବର୧୦|୧୨: ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ପ୍ରସଙ୍ଗରେବିଜେଡି ଜାତୀୟ ରାଜନୀତିକୁ ଲମ୍ଫ ପ୍ରଦାନ କରିବା ସହିତ ନୂଆ ନୂଆ ରାଜନୈତିକ ଗୋଟି ଚାଳନା ଚାଲିଛି।  କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବି ଏହି ପ୍ରସଙ୍ଗରେକଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ।  ନବୀନଙ୍କୁ ସମର୍ଥନ କରିଛନ୍ତି ରାହୁଲ । ରାହୁଲଙ୍କ ସମର୍ଥକୁସ୍ବାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଏହା ଭିତରେ ଏ ପ୍ରସଙ୍ଗ ପ୍ରାଥମିକତାନେଲାଣି ବାସ୍ତବରେ ମହିଳାଙ୍କୁ  ସଂରକ୍ଷଣ ପ୍ରସଙ୍ଗନେଇ ଯେଉଁ  ଆୱାଜ ଉଠିଛି ବାସ୍ତବରେ ତାର ମୁଖ୍ୟ ପୁରୋଧା କିଏ।

ଜାତୀୟ ରାଜନୀତିରେ ମହିଳା ପ୍ରସଙ୍ଗ ଯୋର । ନବୀନଙ୍କ  ମେସେଜରେ ରାହୁଲ ଗାନ୍ଧି ହଁ ଭରିବା ପରେ ଆସିଛି ରାଜନୈତିକଟ୍ବିଷ୍ଟ । ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣରେ ରାଜ୍ୟ ସରକାର ଓଡିଶା ବିଧାନ ସଭାରେ ସର୍ବସମ୍ମନତିପ୍ରସ୍ତାବ ପାରିତ କରିଛନ୍ତି । ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସଙ୍ଗରେସବୁ ରାଜନୈତିକ ଦଳର ସମର୍ଥନ ମାଗିବା ସହ ସବୁ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଚିଠି ଲେଖିଛନ୍ତି। ଆଉ ଏତିକିବେଳନବୀନଙ୍କ ସହ ସ୍ବର ମିଳାଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଦେଶର ସବୁ କଂଗ୍ରେସ ଶାସିତ  ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ବିଧାନସଭାରେ ସଂଙ୍କଳ୍ପପାରିତ କରିବାକୁ ପରାମର୍ଶ ଦେଇଛନ୍ତି । ରାହୁଲଙ୍କର ଏଭଳି ଉଦ୍ୟମକୁ ସ୍ବାଗତ କରିବା ସହ ଖୁସି ଥିବାକହିଛନ୍ତି ନବୀନ ।

ରାହୁଲ ତ ନବୀନଙ୍କ ସ୍ବରକୁ ଟାଣ ଦେଇଛନ୍ତି କିନ୍ତୁ ଏହାଏକ ନୂଆ ରାଜନୀତି ମୁଣ୍ଡ ଟେକିଛି। ପ୍ରକୃତରେ ଏ ମୁଦ୍ଦା ର ଶ୍ରେୟା କାହାକୁ ଯାଉଛି। ବିଜେଡି କହିଛିବିଜୁ ବାବୁ ମହିଳାଙ୍କ ଲାଗି  ସରଂକ୍ଷଣ କଥା ପ୍ରଥମେଆରମ୍ଭ କରିଥିଲେ, ନବୀନ ଏବେ ଏହାକୁ ଆଗକୁ ନେଉଛନ୍ତି । ସେପଟେ କଂଗ୍ରେସ ଏହି ପ୍ରସଙ୍ଗରୁ ଶ୍ରେୟନେବାକୁ ବି ଉଦ୍ୟମ କରିଛି । ବିଜେଡି ନୁହେଁ ପ୍ରଥମେ କଂଗ୍ରେସ ଏହି ପ୍ରସଙ୍ଗ ଉଠାଇଥିଲା । ସଂସଦରଗୋଟିଏ ଗୃହରେ ପ୍ରସ୍ତାବ ବି ପାରିତ ହୋଇଛି । ଆଉ ବିଜେପି କହିଛି ଉଭୟଙ୍କ ଭିତରେ ଭିତିରି ସଂପର୍କରହିଛି, ତେଣୁ ଉଭୟ ଏକାକଥା କହୁଛନ୍ତି ।

୨୦୧୯ ଆଗରୁ ମହିଳା କାର୍ଢ ଖେଳି ନବୀନ ଏହି ପ୍ରସଙ୍ଗ ଜାତୀୟରାଜନୀତିରେ ଅଭିଯାନ ଆରମ୍ଭ କରିଛନ୍ତି। କିନ୍ତୁ ୨୦୧୯ରେ ଏହି ପ୍ରସଙ୍ଗ ଭୋଟ ସେୟାର ବଢ଼ାଉଛି କିନାହିଁ ତାହା ବି ଦେଖିବା କଥା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.