କଳାଯାଦୁ ନେଲା ଜୀବନ: ତାନ୍ତ୍ରିକର ତ୍ରିଶୁଳ ଭୁସାରେ ମହିଳାଙ୍କ ଆଖି ଡ଼ୋଳା ଗଲା ବାହାରି ,ଜାଣନ୍ତୁ ନିରାଟ ସତ୍ୟ

Published By : Prameya-News7 Bureau | August 20, 2019 IST

ଝାଡ଼ଖଣ୍ଡ୨୦|୮: ଡିଜିଟାଲ ଯୁଗରେ ଆଜି ବି ଲୋକମାନେ ସେହି ଅନ୍ଧ ବିଶ୍ବାସରେ ବଶବର୍ତ୍ତି ହୋଇ ରହିଛନ୍ତି। ଯାହା ଦ୍ବାରା ନିରହ ଲୋକମାନେ ପ୍ରାଣ ହରାଉଛନ୍ତି। ଜଙ୍ଗଲରେ ରହୁଥିବା ଅଧିଂକାଶ ଲୋକଙ୍କ ମନରେ ଅନ୍ଧ ବିଶ୍ବାସ ଘର କରିଯାଇଛି। କଳା ଯାଦୁ, ଗୁଣି ଗାରେଢ଼ି ଓ ତାନ୍ତ୍ରିକ ଭଳି ଲୋକଙ୍କୁ ବିଶ୍ବାସ କରୁଥିବା ଲୋକମାନେ ବିଭିନ୍ନ ସମୟରେ ଅସୁବିଧା ପଡିଥାନ୍ତି। କେବଳ ସେତିକି ନୁହେଁ ଗୁଣି ଗାରେଢ଼ିକୁ ବିଶ୍ବାସକରି ଲୋକମାନେ ନିଜ ପ୍ରାଣ ହରାଇଥାନ୍ତି। ଏମିତି ଏକ ଘଟଣା ଝାଡ଼ଖଣ୍ଡର ଗଡ଼ଓ୍ବା ଅଞ୍ଚଳରେ ଦେଖିବାକୁ ମିଳିଛି।

ଝାଡ଼ଖଣ୍ଡର ଗଡ଼ଓ୍ବା ଅଞ୍ଚଳର କୋନ୍ଦିରା ଅଞ୍ଚଳର ଜଣେ ମହିଳା ରୁଦନୀ ଦେବୀ କିଛିଦିନ ହେବ ରୋଗରେ ପୀଡ଼ିତ ଥିଲେ। ଏହି ମହିଳାଙ୍କୁ ଡାକ୍ତରଙ୍କୁ ଦେଖାଇବା ବଦଳରେ ତାଙ୍କ ସଂପର୍କୀୟ ଲୋକ ତାଙ୍କୁ ତାନ୍ତ୍ରିକ ଦମ୍ପତି ପାଖକୁ ନେଇ ଯାଇଥିଲେ। ରୋଗରେ ପଡିଥିବା ମହିଳା ରୁଦନୀ ଦେବୀଙ୍କ ଦେହରେ ଗୋଟେ ଖରାପ ଆତ୍ମା ରହିଛି ବୋଲି ଅଲମ ଦେବୀ ଓ ସତ୍ୟେନ୍ଦ୍ର ଓରାନ ନାମକ ଏହି ତାନ୍ତ୍ରିକ ଦମ୍ପତି କହିଥିଲେ। ଚିକିତ୍ସା ଆଳରେ ତାନ୍ତ୍ରିକ ଦମ୍ପତି ରୁଦନୀ ଦେବୀଙ୍କ ଶରୀରକୁ ତ୍ରିଶୁଳରେ ଭୁଶି ଚାଲିଥିଲେ। ତ୍ରିଶୁଳ ଭୁସାରେ ରୁଦନୀ ଦେବୀଙ୍କ ଆଖି ଡ଼ୋଳା ପଦାକୁ ବାହାରି ଆସିଥିଲା। ତାନ୍ତ୍ରିକ ଦମ୍ପତିଙ୍କଠାରୁ ତ୍ରିଶୁଳ ପ୍ରହାର ଖାଇ ରକ୍ତାତ ଅବସ୍ଥାରେ ପଡି ରହିଥିଲେ ରୁଦନୀ ଦେବୀ। ଶେଷରେ ମହିଳା ଜଣକ ପ୍ରାଣ ହରାଇଥିଲେ।

ରୁଦନୀ ଦେବୀଙ୍କ ମୃତ୍ୟୁ ପରେ ପରିବାର ଲୋକ ତାଙ୍କ ମୃତ ଶରୀରକୁ ନଷ୍ଟ କରିବାକୁ ଚେଷ୍ଟା କରୁଥିଲେ। କିନ୍ତୁ ଏଥିରେ ବିଫଳ ହୋଇଥିଲେ। ପୋଲିସ ଠିକ୍ ସମୟରେ ପହଞ୍ଚି ରୁଦନୀ ଦେବୀଙ୍କ ପରିବାର ଲୋକ ଓ ତାନ୍ତ୍ରିକ ଦମ୍ପତିକୁ ଗିରଫ କରିଥିଲା। ଏହି ଘଟଣା ପରେ ଏସଡିପିଓ ନିରଜ ତିଓ୍ବାରୀ କହିଛନ୍ତି ଯେ,ଏହଭଳି କଳା ଯାଦୁ ପ୍ରୟୋଗ କରୁଥିବା ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.