ଆଜବେଷ୍ଟ ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

Published By : Prameya-News7 Bureau | November 03, 2022 IST

ଜଳେଶ୍ୱର, ୦୩/୧୧: ଘରଠାରୁ ୫ କିଲୋମିଟର ଦୂର ରାସ୍ତା ପାଖ ଏକ ଆଜବେଷ୍ଟର ଘରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମହିଳା ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ରାଇବଣିଆ ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି । ଧାନଘେରି ଗ୍ରାମର ରାଇବଣିଆ ଖୁଆଡ଼ ମୁଖ୍ୟ ରାସ୍ତାପାଖରେ ଥିବା ଏକ ଆଜବେଷ୍ଟର ଘର ଛାତ ତଳେ ସକାଳ ସମୟରେ ଜଣେ ମହିଳାର ମୃତଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ ।

ମୃତଦେହ ପାଖରେ ଏକ ଅଖା ଭର୍ତ୍ତି କିଛି ଜିନିଷ ରହିଥିବା ଦେଖିଥିଲେ ଲୋକେ । ମହିଳାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରି ସଙ୍ଗେ ସଙ୍ଗେ ରାଇବଣିଆ ଥାନାକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ରାଇବଣିଆ ପୋଲିସ ପହଁଚି ଶବ ଜବତ କରି ତଦନ୍ତ ଜାରି ରଖିଛି । ମହିଳା ଜଣକ କାଳିକ ପଞ୍ଚାୟତର ଗହିରାବନ୍ଧ ଗ୍ରାମର ନାରାଣ ମୁର୍ମୁଙ୍କ ସ୍ତ୍ରୀ ସୋନିଆ ମୁର୍ମୁ ବୋଲି ଜଣାପଡ଼ିଛି । ତେବେ ଘରଠାରୁ ପାଖାପାଖି ୫କିଲୋମିଟର ଦୂରରେ ମହିଳାଙ୍କର ମୃତଦେହ ପଡିଥିବାରୁ ଅଧିକ ସନ୍ଦେହ ସୃଷ୍ଟି ହେଉଛି । ମହିଳାଙ୍କୁ କିଏ ହତ୍ୟା କରି ଏଠାରେ ଫିଙ୍ଗି ଦେଇଛି ନା ଏହାର ପଛରେ ଅନ୍ୟ କିଛି କାରଣ ରିହଛି ତାହା ଜଣାପଡ଼ିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.