ମେଟ୍ରୋ ଚଟାଣରେ ବସିଲେ ମହିଳା, ଭାଇରାଲ୍‌ ହେଲା ଦୃଶ୍ୟ

Published By : Prameya-News7 Bureau | June 22, 2022 IST

ନୂଆଦିଲ୍ଲୀ ୨୨/୦୬ ; ସୋସିଆଲ ମିଡିଆରେ ଏମିତି ଅନେକ ଭିଡିଓ ଭାଇରାଲ୍‌ ହୁଏ। ସେଥିରୁ କିଛି ଭିଡିଓ ମାନବିକତାର ବାର୍ତ୍ତା ବହନ କରେ। କିଛି ଭିଡିଓ ଥାଏ ଯାହା ଲୋକଙ୍କୁ ଭାବବିହ୍ବଳ ମଧ୍ୟ କରିଦିଏ। ସେମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆର ଭାଇରାଲ୍‌। ଏଥିରେ ଦେଖିବାକୁ ମିଳିଛି ମେଟ୍ରୋ ଟ୍ରେନ୍‌ ଭିତରେ ଜଣେ ମହିଳା ତାଙ୍କ କୁନି ଶିଶୁକୁ କୋଳରେ ଧରି ତଳେ ବସିଛନ୍ତି। ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ଭିଡିଓଟିକୁ ତାଙ୍କ ଟ୍ବିଟର୍‌ ଆକାଉଣ୍ଟ୍‌ରେ ସେୟାର୍‌ କରିଛନ୍ତି ଆଇଏଏସ୍‌ ଅଶ୍ବିନୀ ସରଣ। କ୍ୟାପସନ୍‌ରେ ସେ ଲେଖିଛନ୍ତି, ‘ଯଦି ଆପଣଙ୍କୁ ଏ ଦୃଶ୍ୟ ପ୍ରଭାବିତ କରୁନି ତେବେ ଆପଣଙ୍କ ଡିଗ୍ରି ଏକ କାଗଜ ଖଣ୍ଡ ମାତ୍ର।
ଭିଡିଓରେ ଦେଖିବାକୁ ମିଳିଛି ଯେ ସମସ୍ତ ଯାତ୍ରୀ ଆରମରେ ଟ୍ରେନ୍‌ରେ ସିଟ୍‌ରେ ବସିଥିବା ବେ‌ଳେ କୁନି ପିଲାଟିକୁ କୋଳରେ ଧରି ଟ୍ରେନ୍‌ର ଚଟାଣରେ ବସିଛନ୍ତି ମହିଳା ଜଣକ। ଭିଡିଓ‌ଟି ଇଣ୍ଟର୍‌ନେଟ୍‌ରେ ଭାଇରାଲ୍‌ ହେବା ପରେ ସୋସିଆଲ୍‌ ମିଡିଆ ବ୍ୟବହାରକାରୀମାନେ ଏଥିରେ ନିଜର ପ୍ରତିକ୍ରିୟା ରଖିଛନ୍ତି।
ଜଣେ ବ୍ୟବହାରକାରୀ ଲେଖିଛନ୍ତି ଯେ ‘ଭିଡିଓଟି ଖୁବ୍‌ ପୁରୁଣା। ଉକ୍ତ ମହିଳାଙ୍କୁ ଅନେକ ଲୋକ ନିଜ ସିଟ୍‌ ଯାଚିଥିଲେ ବି ସେ ଗ୍ରହଣ କରିନଥିଲେ। କାରଣ ତାଙ୍କୁ ଛୁଆକୁ ଧରି ଚଟାଣ ବସିବା ବେଶି ଉପଯୁକ୍ତ ମନେ ହୋଇଥିଲା।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.