କୋନରାଡ ୧୯|୧: ମେରୀ ଜ୍ୟା ପିୟରେ ନାମକ ଜଣେ ମହିଳା କୋନରାଡର ମିଆମି ହୋଟେଲରେ ଦୀର୍ଘ ୬ ବର୍ଷ ଧରି ବାସନ ମାଜିବା କାମ କରୁଥିଲେ । ହିଲ୍ଟନ ଗ୍ରୁପର ଏହି ହୋଟେଲର କିଚେନ ମ୍ୟାନେଜର ୨୦୧୫ ମସିହାରେ ରବିବାରେ ମଧ୍ୟ ମେରୀଙ୍କୁ କାମ କରିବା ଲାଗି ଡାକିବା ପାଇଁ ହୋଟେଲ ପ୍ରଶାସନକୁ ଅନୁରୋଧ କରିଥିଲେ । ଏହାକୁ ହୋଟେଲ ପ୍ରଶାସନ ଗ୍ରହଣ କରିନେଇଥିଲା ।
{"id":75651,"width":585,"height":389}![](https://www.prameyanews7.com/wp-content/uploads/2019/01/images-1-11.jpg)
ଫଲରେ ମେରୀ ରବିବାରେ ମଧ୍ୟ କାମ କରିବାକୁ ଯିବାକୁ ପଡିଥିଲା । ସୂଚନାଯୋଗ୍ୟ ଯେ, ମେରୀ କ୍ରାଇଷ୍ଟ ଚର୍ଚ୍ଚର ମିଶନାରୀ ଗ୍ରୁପ ସୋଲଜର ନାମକ ଏକ ଧାର୍ମିକ ସେବଚ୍ଚାସେବୀ ସଂସ୍ଥାର ସଦସ୍ୟ ଥିଲେ । ଏହି ସଂସ୍ଥା ଗରୀବଙ୍କ ପାଇଁ କାମ କରେ । ରବିବାର ଚର୍ଚ୍ଚରେ ସଂସ୍ଥାର ସଦସ୍ୟମାନଙ୍କ ବହୁତ କାମ ଥାଏ । ସେଥିପାଇଁ ମେରୀ ହୋଟେଲର କର୍ମଚାରୀ ଆପ ଜରିଆରେ ଅନ୍ୟ କର୍ମଚାରୀଙ୍କ ସହିତ ସହମତି ଭିତ୍ତିରେ ନିଜର ସିଫ୍ଟ ପରିବର୍ତ୍ତନ କରୁଥିଲେ । କିନ୍ତୁ ଏହାକୁ ହୋଟେଲ ପ୍ରଶାସନ ସହଜରେ ଗ୍ରହଣ କରୁନଥିଲା ।
{"id":75652,"width":598,"height":391}![](https://www.prameyanews7.com/wp-content/uploads/2019/01/maid-washing-dish.gif)
୨୦୧୬ ମସିହାରେ ଠିକ କାମ କରୁନଥିବା ଦର୍ଶାଇ ମେରୀଙ୍କୁ ହୋଟେଲ ପ୍ରଶାସନ ଚାକିରୀରୁ ବହିଷ୍କାର କରିଥିଲା । ଏହା ବିରୋଧରେ ୨୦୧୭ ମସିହାରେ ମେରୀ ଅଦାଲତର ଆଶ୍ରୟ ନେଇଥିଲେ । ତାଙ୍କ କ୍ଷେତ୍ରରେ ୧୯୬୪ର ମସିହାର ନାଗରିକ ଅଧିକାର ଆଇନ ଉଲଂଘନ ହୋଇଛି ବୋଲି ସେ ଅଦାଲତରେ ଅଭିଯୋଗ କରିଥିଲେ ।
ଅଭିଯୋଗର ଶୁଣାଣୀ କରି ଅଦାଲତ ସଂପୃକ୍ତ ହୋଟେଲକୁ ଦୋଷୀ ସାବ୍ୟସ୍ତ କରିବା ସହ ମେରୀଙ୍କୁ ୨୧ ନିୟୁତ ଡଲାର ଅର୍ଥାତ ପ୍ରାୟ ଦେଢ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ହୋଟେଲ କର୍ତ୍ତୃପକ୍ଷ ଏଭଳି ରାୟକୁ ଭୁଲ ବୋଲି କହିଥିଲେ ମଧ୍ୟ ମେରୀଙ୍କୁ କ୍ଷତିପୂରଣ ଦେବାକୁ ବାଧ୍ୟ ।