ଘରେ କାମ କରୁ କରୁ ଲକ୍ଷେ ଟଙ୍କା ଲୁଟିନେଲେ ମହିଳା, ସିସିଟିଭିରେ ଧରାପଡିଲା ଚୋରୀ

Published By : Prameya-News7 Bureau | November 29, 2023 IST

ଭୁବନେଶ୍ୱର ୨୯/୧୧: ଆପଣ ଘରେ କାମବାଲି ରଖୁଛନି କି ତେବେ ହୋଇଯାଆନ୍ତୁ ସାବଧାନ । ପରିସ୍ଥିତର ଫାଇଦା ଉଠାଇ ଲୁଟୁଛନ୍ତି ଏମାନେ । ଦରକାର ପଡିଲେ କଳାକନା ବି ବୁଲାଉଛନ୍ତି । ଆଜ୍ଞା ହଁ ଏବେ ରାଜଧାନୀରେ ଘର କାମବାଲୀଙ୍କୁ ସାବଧାନ ।

ଏକଥା ଆମେ କହୁନୁ ବରଂ ଜବତ ହୋଇଥିବା ସିସିଟିଭି ଫୁଟେଜ ବୟାନ କରୁଛି ଅନେକ କିଛି । ଘଟଣା ଘଟିଛି ଭୁବନେଶ୍ଵର ଝାରପଡ଼ା ଜଗନ୍ନାଥ ନଗର ରୋଡରେ ରହୁଥିବା ବିଭୁ ପ୍ରସାଦ ମହାପାତ୍ରଙ୍କ ଘରୁ । କହିବାକୁ ଗଲେ ମାମି ପାତ୍ର ନାମକ ମହିଳା ବିଭୁ ମହାପାତ୍ରଙ୍କ ଘରେ ରୋଷେୟା ଭାବେ ଫ୍ରେବୃୟାରୀ ମାସରୁ କାମ କରିଆସୁଥିଲା । ମାସକୁ ୪୦୦୦ ହଜାର ଟଙ୍କା ଦରମା ପାଉଥିଲା ।

ମହାପାତ୍ରଙ୍କ ନିଜ ଘର କାମ ଚାଲୁଥିବା ଯୋଗୁ ଘରେ ସବୁବେଳେ ନଗଦ ଟଙ୍କା ରହୁଥିଲା । ସମୟ ଓ ସୁଯୋଗ ଦେଖି ବେଡ଼ରୁମର ଆଲମିରାରୁ ପାଖାପାଖି ଏକ ଲକ୍ଷ ଟଙ୍କା ଚୋରୀ କରିବାର ଦୃଶ୍ୟ ସିସିଟିଭିରେ କଏଦ୍ ହୋଇଛି । ଏହି ଘଟଣାକୁ ନେଇ ଲକ୍ଷ୍ମୀସାଗର ଥାନାରେ ପରିବାର ଏତଲା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.