ହାଇଦ୍ରାବାଦ ଦୁଷ୍କର୍ମ ଓ ହତ୍ୟା ମାମଲା: ଚଞ୍ଚଲଗୁଡା ଜେଲକୁ ଗଲେ ୪ ଅଭିଯୁକ୍ତ, ଶାଦନଗର ଥାନା ଆଗରେ ବିକ୍ଷୋଭକାରୀଙ୍କ ତୁମୁଳ କାଣ୍ଡ

Published By : Prameya-News7 Bureau | November 30, 2019 IST

ହାଇଦ୍ରାବାଦ ୩୦।୧୧:  ମହିଳା ଭେଟନାରୀ ଡାକ୍ତର ଦୁଷ୍କର୍ମ ଓ ପୋଡି ହତ୍ୟା କରିବା ମାମଲାରେ ଗରିଫ ୪ ଅଭିଯୁକ୍ତ  ମହମ୍ମଦ ଅରିଫ, ଜୋଲ୍ଲୁ ଶିବା, ଜୋଲ୍ଲୁ ନବୀନ ଓ ଚିନ୍ତାକୁଣ୍ଟା ଚେନ୍ନା କେଶାବାଲୁଙ୍କୁ ଶନିବାର ପୋଲିସ କୋର୍ଟରେ ହାଜର କରିଥିଲା। ରଙ୍ଗା ରେଡ୍ଡୀ କୋର୍ଟ ସେମାନଙ୍କୁ ୧୪ ଦିନ ବିଚାର ବିଭାଗୀୟ ହାଜତକୁ ପଠାଇଦେଇଛନ୍ତି। ଅଭିଯୁକ୍ତଙ୍କ ଜୀବନ ପ୍ରତି ବିପଦ ଥିବା ଆଶଙ୍କାରେ ପୋଲିସ ସେମାନଙ୍କୁ ଚଞ୍ଚଲଗୁଡା ଜେଲକୁ ନେଇଯାଇଛି।

{"id":192196,"width":584,"height":427,"sizeSlug":"large"}

ସେପଟେ ଶାଦନଗର ଥାନାରେ ବିକ୍ଷୋଭକାରୀ ତୁମୁଳକାଣ୍ଡ କରିଛନ୍ତି। ଅଭିଯୁକ୍ତ ଥାନାରେ ଥିବା ଜଣାପଡିବା ପରେ ଶହଶହ ଲୋକ ଏକକାଳୀନ ଥାନାକୁ ପଶିବାକୁ ଉଦ୍ୟମ କରିଥିଲେ। ତେବେ ପୋଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ଲୋକେ ଜୋତା ଚପଲ ମାଡ କରିଥିଲେ। ଲୋକେ ଥାନାରେ ପଶି ଅଭିଯୁକ୍ତଙ୍କୁ ଉଠାଇ ନେବାକୁ ଉଦ୍ୟମ କରିଥିଲେ। ଏଣୁ ପୋଲିସ ସେମାନଙ୍କୁ ବାଧା ଦେବାରୁ ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିଥିଲା। ଶେଷରେ ଭିଡକୁ ନିୟନ୍ତ୍ରଣ କରିବା ଲାଗି ପୋଲିସକୁ ଲାଠି ଚାଳନା କରିବାକୁ ପଡିଥିଲା। କେବଳ ଶାଦନଗର  ନୁହେଁ ଘଟଣାକୁ ନେଇ ଶନିବାର ଦିନତମାମ ରାଜ୍ୟର ବିଭିନ୍ନ ସ୍ଥାନରେ ବିରୋଧ, ବିକ୍ଷୋଭ ଓ ରାସ୍ତାରୋକ ଆଜି ଜାରି ଥିଲା।

{"id":192198,"sizeSlug":"large"}

ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଘଟଣାକୁ ବିରୋଧ କରି ହାଇଦ୍ରାବାଦ-ବେଙ୍ଗାଲୁରୁ ଜାତୀୟ ରାଜମାର୍ଗ ଅବରୋଧ କରିଥିଲେ। ଫଳରେ ଦୀର୍ଘ ସମୟ ଧରି ରାସ୍ତାରେ ଯାନବାହନ ଚଳଚଳ ବ୍ୟହତ ହୋଇଥିଲା। ସେପଟେ ଜାତୀୟ ମହିଳା କମିଶନଙ୍କ ଏକ ଟିମ୍ ପୀଡିତାଙ୍କ ପରିବାରଙ୍କୁ ଭେଟିଥିବାର ସୂଚନା ମିଳିଛି। ଶାଦନଗର ବାର ଆସୋସିଏସନ ମାମଲାରେ ଗିରଫ ଅଭିଯୁକ୍ତଙ୍କୁ କୌଣସି ପ୍ରକାର ଆଇନଗତ ସହାୟତା କରିବେ ନାହିଁ ବୋଲି ଘୋଷଣା କରିଛନ୍ତି। ମହିଳା ପ୍ରାଣୀଧନ ଡାକ୍ତରଙ୍କ ପୋଡାଶବ ଶୁକ୍ରବାର ରଙ୍ଗାରେଡ୍ଡୀ ଜିଲ୍ଲା ଶାଦନଗର ସହର ବାହାରେ ଜବତ ହୋଇଥିଲା। ସାଇବରାବାଦ ପୋଲିସ ଫାଷ୍ଟଟ୍ରାକ୍ କୋର୍ଟରେ ମାମଲାର ବିଚାର ଲାଗି ନିବେଦନ କରିବ ବୋଲି ଗତକାଲି କହିଥଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.