ଟ୍ରକ୍ ଧକ୍କାରେ ମହିଳା ପରିବା ବିକାଳୀଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତାରୋକ

Published By : Prameya-News7 Bureau | October 16, 2019 IST

ବ୍ରହ୍ମପୁର ୧୬।୧୦: ବ୍ରହ୍ମପୁର ମହିଳା ପରିବା ବିକାଳୀଙ୍କୁ ଧକ୍କା ଦେଲା ଟ୍ରକ୍ । ଘଟଣାସ୍ଥଳରେ ପରିବା ବିକାଳୀଙ୍କ ମୃତ୍ୟୁ ହୋଇଛି । ୧୬ ନମ୍ବର ଜାତୀୟ ରାଜପଥ ଗୋଳନ୍ଥରା ଥାନା ଅନ୍ତର୍ଗତ ରଣ୍ଢା ଛକରେ ଦୁର୍ଘଟଣା ହୋଇଛି । ମୃତକ ହେଲେ ଚିକରଡା ଗାଁର କନକ ବେହେରା । ପରିବା ଧରି ରାସ୍ତା ପାର ହୋଇ ରଣ୍ଢା ବଜାରକୁ ଯାଉଥିବା ବେଳେ ଦୁର୍ଘଟଣା ହୋଇଛି । କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକ ରାସ୍ତାରୋକ କରିଛନ୍ତି ।

{"id":170607}

କ୍ଷତିପୂରଣ ସହ ରଣ୍ଢା ଛକରେ ଏକ ଫ୍ଲାଏ ଓଭର ବ୍ରିଜ ନିର୍ମାଣ ଦାବିରେ ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ । ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ବହୁ ଗାଡି ମୋଟର, ଟ୍ରକ୍ ଠିଆ ହୋଇ ରହିଛି। ସେଠାରେ ବାରମ୍ବାର ଦୁର୍ଘଟଣା ଘଟୁଛି। ବହୁ ପ୍ରାଣହାନି ଘଟିଲାଣି । ଏଣୁ ଦୀର୍ଘ ଦିନ ହେଲା ଏକ ଫ୍ଲାଏ ଓଭର ବ୍ରିଜ୍ କରିବାକୁ ଦାବି ହୋଇଥିଲା । ପ୍ରଶାସନ ସେଠାରେ ଫ୍ଲାଏ ଓଭର ବ୍ରିଜ୍ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ହେଁ ବିଳମ୍ବ କାରଣରୁ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଦାବି ପୂରଣ କରିବାକୁ ଅଡି ବସିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.