ମହିଳା ଉବର ଡ୍ରାଇଭରଙ୍କୁ ଫିଙ୍ଗିଲେ ପଥର, ମଦ ବୋତଲରେ ଆକ୍ରମଣ କଲେ ଦୁର୍ବୁତ୍ତ, କାମ କଲାନି ପାନିକ୍ ବଟନ୍‌

Published By : Prameya-News7 Bureau | January 12, 2023 IST

ନୂଆଦିଲ୍ଲୀ, ୧୨/୦୧: ଜଣେ ମହିଳା ଉବର ଡ୍ରାଇଭରଙ୍କୁ ଆକ୍ରମଣ। ଏଭଳି ଏକ ଘଟଣା ଦିଲ୍ଳୀ କାଶ୍ମୀରୀ ଗେଟ୍ ନିକଟରେ। ମହିଳା ଡ୍ରାଇଭରଙ୍କ ଯାତ୍ରୀଙ୍କୁ ଆଣିବାକୁ ଯାଇଥିବାବେଳେ ତାଙ୍କ ସହ ଏହି ଘଟଣା ଘଟିଛି। ତାଙ୍କ ଉପରକୁ କିଛି ଦୁର୍ବୁତ୍ତ ମଦ ବୋତଲରେ ଆକ୍ରମଣ କରିବା ସହ ଲୁଟ୍ କରିବାକୁ ଉଦ୍ୟମ କରିଥିଲେ।

ବୁଧବାର ରାତି ପ୍ରାୟ ୨ ଟା ସମୟରେ ଇଣ୍ଟର ଷ୍ଟେଟ ବସ୍‌ ଟର୍ମିନାଲ ଠାରୁ ୧୦୦ ମିଟର ଦୂରରେ ଥିବା ଜଣେ ଯାତ୍ରୀଙ୍କୁ ଆଣିବାକୁ ଯାଇଥିବା ସମୟରେ ଏଭଳି ଘଟିଥିଲା। ଏଠାରେ ଦୁଇ ଜଣ ଯୁବକ ତାଙ୍କ ଗାଡ଼ି ଉପରକୁ ପ୍ରଥମେ ପଥର ଫିଙ୍ଗିଥିଲେ। ଏମତିକି ଏକ ପଥର ମହିଳାଙ୍କ ମୁଣ୍ଡରେ ମାଡ଼ ହୋଇଥିଲା। ଗାଡ଼ିର କାଚ ଭାଙ୍ଗିଯାଇଥିଲା ଏବଂ ଯେତେବେଳେ ସେ ବାହାରକୁ ଆସିଥିଲେ। ସେତିକିବେଳେ ସେମାନେ ତାଙ୍କୁ ଧରିଥିଲେ ଏବଂ ତାଙ୍କ ପାଖରେ ଥିବା ଟଙ୍କା ଲୁଟ୍ କରିବାକୁ ଉଦ୍ୟମ କରିଥିଲେ।

ଦୁର୍ବୁତ୍ତମାନେ ତାଙ୍କ ଠାରୁ ମୋବାଇଲ ଫୋନ୍ ଏବଂ ଗାଡ଼ି ଚାବି ନେଇ ପଳାଇଯିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେ ସେମାନଙ୍କ କବଳରୁ ମୁକୁଳିବାରେ ସକ୍ଷମ ହୋଇଥିଲେ। ଏହି ସମୟରେ ଜଣେ ଦୁର୍ବୁତ୍ତ ତାଙ୍କୁ ମଦ ବୋତଲରେ ଆକ୍ରମଣ ଏଥିରେ ତାଙ୍କୁ  ଗଭୀର ଆଘାତ ହୋଇଥିଲା।

ମହିଳା କହିଛନ୍ତି ପାନିକ୍ ବଟନର ବ୍ୟବହାର କରିଥିଲେ କିନ୍ତୁ ଉବର ଆପ୍ ତାଙ୍କର ସାହାଯ୍ୟ କରିପାରିନଥିଲା। ଏହା ପରେ ସେ ପୋଲିସ୍ କରିଥିଲେ କିନ୍ତୁ ପୋଲିସ୍ ପ୍ରାୟ ଅଧଘଣ୍ଟା ପରେ ଆସିଥିଲା। ଏହା ପରେ ତାଙ୍କୁ ହସ୍ପିଟାଲକୁ ନେଇଥିଲା। ଏହି ମାମଲାରେ ପ୍ରିୟଙ୍କା ପରିବାର ଲୋକେ କୌଣସି ମାମଲା ରୁଜୁ କରିନଥିବାବେଳେ କାଶ୍ମୀରୀ ଗେଟ୍ ପୋଲିସ ଧାରା ୩୯୩ ଅନୁଯାୟୀ ମାମଲା ରୁଜୁ କରିଛି।

ସେପଟେ ଘଟଣାକୁ ନେଇ ଉବର ପ୍ରତିକ୍ରିୟା ରଖାଯାଇଛି। ଉବର ତରଫରୁ କୁହାଯାଇଛି ’ଘଟଣାକୁ ନେଇ ଡ୍ରାଇଭରଙ୍କ ଯାହା ଘଟିଲା ତାହା ଭୟଙ୍କର । ଆମେ ତାଙ୍କ ସହ ଯୋଗାଯୋଗରେ ଅଛୁ ଏବଂ ତାଙ୍କର ଶୀଘ୍ର ସୁସ୍ଥ ହେବା ନେଇ କାମନା କରୁଛୁ। ତାଙ୍କର ସମସ୍ତ ଚିକିତ୍ସା ଉବର ଏବଂ ଥାର୍ଡ ପାର୍ଟୀ ବୀମା ଦ୍ବାରା କରାଯିବ। ଏହା ସହ ତଦନ୍ତରେ ସହଯୋଗ କରିବାକୁ ପ୍ରସ୍ତୁତ ଅଛି ବୋଲି ଉବର ତରଫରୁ କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.