ବ୍ରାଉନ୍‌ସୁଗାର ବିକ୍ରି ଉପରେ ରୋକ୍ ଲଗାଇବାକୁ ଅଣ୍ଟା ଭିଡିଲେ ମହିଳା

Published By : Prameya-News7 Bureau | July 18, 2019 IST

ଭୁବନେଶ୍ବର ୧୮|୭: ଖୋର୍ଦ୍ଧା ଜିଲ୍ଲାରେ ବ୍ରାଉନସୁଗାର ବିକ୍ରି ଉପରେ ରୋକ ଲଗାଇବାକୁ ଅଣ୍ଟା ଭିଡିଲେ ମହିଳା । କେବଳ ବ୍ୟବସାୟୀ ନୁହେଁ ଯେଉଁମାନେ ବ୍ରାଉନସୁଗାର ଖାଉଥିଲେ ସେମାନଙ୍କୁ ମଧ୍ୟ ବିଭିନ୍ନ ସ୍ଥାନରେ ଧରି ମହିଳା ମାନେ ପୋଲିସର ଜିମା ଦେଇଛନ୍ତି ।

ଆଜି ସାଲିଆସାହିର ଜଣେ ଯୁବକଙ୍କୁ ପୋଲିସର ଜିମା ଦିଆଯାଇଛି । ଆଗକୁ ସାହି ବସ୍ତିରେ ଯେଉଁମାନେ ନିଶା ବ୍ୟବହାର କରିବା ଦେଖିବାକୁ ମିଳେ ସେମାନଙ୍କୁ ନିଶା ନିବାରଣ କେନ୍ଦ୍ରରେ ଛଡାଯିବ ବୋଲି ମହିଳାମାନେ କହିଛନ୍ତି । ସେହିପରି ଖୋର୍ଦ୍ଧାର ବିଭିନ୍ନ ମହିଳା ମାନେ ଥାନା ଘେରାଉ କରି ନିଶାଡିମାନଙ୍କୁ ଧରିବାରେ ଆଗଭର ହେବାକୁ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.