ଅଧ ରାତିରେ ତିନି ଶିଶୁଙ୍କ ସହ ସ୍ବାମୀଙ୍କୁ ଘରୁ ତଡିଦେଲେ ମହିଳା, ଶୀତରେ ଥରିଲେ ସମସ୍ତେ : ଡାକିବାକୁ ପଡ଼ିଲା ପୋଲିସ

Published By : Prameya-News7 Bureau | January 06, 2020 IST

  ଭୋପାଳ ୬/୧- ଭୋପାଳ ସହରରେ ଶନିବାର ରାତିରେ ଏକ ପାରିବାରିକ କଳିର ଅଦ୍ଭୁତ ସ୍ଥିତିରେ ହସ୍ତକ୍ଷେପ କରି ନୟାନ୍ତ ହେଲା ପୋଲିସ । ତଥାପି ସମାଧାନର ବାଟ ବାହାରିଲାନି । ପ୍ରବଳ ଶୀତରେ ତିନି ଶିଶୁଙ୍କ ସହ ଅସହାୟ ବାପ ଶେଷରେ ପୋଲିସ ସହାୟତାରେ ଦୁଇ ଝିଅଙ୍କ ଲାଗି ଆଶ୍ରୟଟିଏ ଯୋଗାଡ କଲେ । କିନ୍ତୁ ବାପ-ପୁଅ ଅନ୍ୟ ସ୍ଥାନରେ ମୁଣ୍ଡ ଗୁଞ୍ଜିଲେ ।

ଶନିବାର ରାତି ୧୧ ଟା ବେଳେ ଅଶୋକା ଗାର୍ଡେନ ପୋଲିସ ଷ୍ଟେସନରେ ଜଣେ ବ୍ୟକ୍ତି ପହଞ୍ଚି ଲୋଡିଲେ ପୋଲିସ ହସ୍ତକ୍ଷେପ । ତାଙ୍କ  ଅଭିଯୋଗ ହେଲା, ରାତିରେ ତାଙ୍କୁ ଏବଂ ତାଙ୍କ ତିନି ପିଲାଙ୍କୁ  ତାଙ୍କ ସ୍ତ୍ରୀ ଘରୁ ବାହାର କରିଦେଇଛନ୍ତି ।ଘରୋଇ ପାଟିତୁଣ୍ଡରୁ ମହିଲା ଜଣକ ସ୍ବାମୀ ଏବଂ ତିନି ପିଲାଙ୍କୁ ଘରୁ ବାହାର କରିଦେଇ ଭିତରୁ କବାଟ ଦେଇଦେଇଥିଲେ । ବାରମ୍ବାର ଉଦ୍ୟମ ପରେ ବି ସ୍ବାମୀ  ତାଙ୍କୁ ବୁଝାଇପାରିନଥିଲେ  । ମହିଳା ଜଣକ ବି ଏପରି ଜିଦଖୋର ଯେ, ସେ  ପ୍ରବଳ ଶୀତରେ  ପିଲାଙ୍କ କଷ୍ଟ କିମ୍ବା ସ୍ବାମୀଙ୍କ ଅନୁରୋଧ ତାଙ୍କ ମନ ତରଳାଇ ନଥିଲା ।  ଆଉ ଏପଟେ ୧୫ ଓ ୧୧ ବର୍ଷର ଦୁଇ ଝିଅ ଏବଂ ୧୩ ବର୍ଷର ପୁଅକୁ ଧରି କୁଆଡେ ଯିବେ ସେ ଚିନ୍ତାରେ ଥିଲେ ବିଚରା ବ୍ୟକ୍ତି ଜଣକ ।ତେଣୁ ସେ ବାଧ୍ୟ ହୋଇ ପୋଲିସ ପାଖକୁ ଯାଇଥିଲେ । ପୋଲିସ ଘଟଣାସ୍ଥଳକୁ ଆସି ମହିଳାଙ୍କୁ ବୁଝାଇବାକୁ ଉଦ୍ୟମ କରିଥିଲେ ବି, ମହିଳା ଜଣକ ଘର କବାଟ ଖୋଲି ନଥିଲେ ।ଶେଷରେ ଦୁଇ ଝିଅଙ୍କ ଲାଗି ଏକ ନିରାପଦ  ଆଶ୍ରୟସ୍ଥଳଟିଏ ଯୋଗାଡ କରିଦେବାକୁ ପୋଲିସକୁ ଅନୁରୋଧ କରିଥିଲେ ବ୍ୟକ୍ତି ଜଣକ ।

    ଶୀତ ରାତିରେ ଦୁଇ ଛେଟ ଛେଟ ଝିଅ ଏକ ନିରାପଦ ସ୍ଥାନରେ ଆଶ୍ରୟନେବା ହିଁ ବାପାଙ୍କ ଲାଗି ଚିନ୍ତାର କରାଣଥିଲା । ତେବେ ପୋଲିସ ଏଥିଲାଗି ଉଦ୍ୟମ କରି ପ୍ରାୟ ରାତି  ୧ଟା ବେଳେ ଦୁଇ ଝିଅଙ୍କ ଲାଗି ନିକଟରେ ଏକ ଆଶ୍ରୟ ଗୃହ ଯୋଗାଡ କରିଥିଲେ । ସିଟି ଚାଇଲ୍ଡ ଲାଇନ କର୍ତ୍ତୁପକ୍ଷଙ୍କ  ସହାୟତାରେ ତଥା ତତ୍ବାବଧାନରେ ଦୁଇ ଝି୍ଅ ସେଟାରେ ରହିଥିଲେ ।  ୧୩ ବର୍ଷର, ପୁଅକୁ ଧରି ବ୍ୟକ୍ତି ଜଣକ ନିକଟ ବର୍ତ୍ତୀ ଅଞ୍ଚଳରେ ଥିବା ଏକ ବର୍ଷାଆଶ୍ରୟ ସ୍ଥଳରେ ରାତି ବିତାଇଥିଲେ ।

    ତେବେ ଏହି ଘଟଣାଟି ଏକ ବ୍ୟକ୍ତିଗତ ତଥା ପାରିବାରିକ ମାମଲା  ହୋଇଥିବାରୁ କେଶ୍ ରୁଜ୍ଜୁ ହୋଇନଥିବା କହିଛନ୍ତି ଅଶୋକା ଗାର୍ଡେନ ଷ୍ଟେସନ ହାଉସ ଅଫିସର ଉମେଶ ଯାଦବ । ଏବେ ମହିଳାଙ୍କୁ ଡକାଇ କାଉନସେଲିଂ କରାଯାଇ ବିବାଦର ସମାଧାନ ଉଦ୍ୟମ  ହେବ ବୋଲି କହିଛନ୍ତି ସେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.