ନିମ୍ନମାନର ଖାଦ୍ୟ ଅଭିଯୋଗରେ ମଧ୍ୟାହ୍ନ ଭୋଜନ ଫିଙ୍ଗିଲେ ମହିଳା, ବିସ୍କୁଟ ଖାଇ ଘରକୁ ଫେରିଲେ ପିଲା

Published By : Prameya-News7 Bureau | August 10, 2024 IST

ବାଲେଶ୍ବର ୧୦ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ଶ୍ରୀଜଙ୍ଗ ସରକାରୀ ବିଦ୍ୟାଳୟରେ ଘଟିଛି ଅଭାବନୀୟ ଘଟଣା । ପିଲାଙ୍କୁ ନିମ୍ନମାନର ଖାଦ୍ୟ ଦେଉଥିବା ଅଭିଯୋଗ ନେଇ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ମଧ୍ୟାହ୍ନ ଭୋଜନ ଫିଙ୍ଗିଛନ୍ତି । ଶ୍ରୀଜଙ୍ଗ ବାଞ୍ଛାନିଧି ସ୍କୁଲରେ କିଛି ଦିନ ଧରି ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ଲାଗି ରହୁଥିଲା । ମା’ ବାସନ୍ତୀ ଏସଏସଜି ଗ୍ରୁପର ମହିଳା ମାନେ ମଧ୍ୟାହ୍ନ ଭୋଜନ ନିମ୍ନମାନର ଦେଉଥିବା ବେଳେ ଏହାକୁ ଗ୍ରାମବାସୀ ଓ କିଛି ମହିଳା ବିରୋଧ କରିଥିଲେ । ରନ୍ଧା ଖାଦ୍ୟକୁ ଫିଙ୍ଗିବା ସହ ପିଲାମାନଙ୍କୁ ବିସ୍କୁଟ ଖାଇବାକୁ ଦେଇଥିଲେ । ଏନେଇ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିବା ବେଳେ ଘଟଣାର ତଦନ୍ତ ଦାବି ହୋଇଛି ।

You Can Read:

ଓଡିଶାକୁ ୬ଟି ପ୍ରକଳ୍ପ ଦେଇଥିବାରୁ ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.