ବଲାଙ୍ଗିର ୨୦|୨ (ଚିନ୍ମୟ ମିଶ୍ର) : ଘରୋଇ କଳହର କରୁଣ ପରିଣତି ଦେଖିବାକୁ ମିଳିଛି । ନିଆଁରେ ପୋଡ଼ି ଗୋଟିଏ ପରିବାରର ଚାରିଜଣ ଗୁରୁତର ହୋଇଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ତରଭା ନୂଆପଡା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଜଣେ ମହିଳା ତାଙ୍କ ଦୁଇ ଶିଶୁଙ୍କ ସହ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ତାଙ୍କୁ ବଞ୍ଚାଇବାକୁ ଯାଇ ସ୍ଵାମୀଙ୍କ ସହ ଚାରି ଜଣ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି ।
{"id":87023}ସୂଚନା ଅନୁସାରେ ଆଜି ସକାଳୁ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ସାମାନ୍ୟ କଥା କଟାକଟିକୁ ନେଇ ଏଭଳି ଅଭାବନୀୟ ଘଟଣା ଘଟିଛି । ପରିବାର ଲୋକଙ୍କ କହିବା ଅନୁସାରେ ମହିଳା କୌଶଲ୍ୟା ସେଲମା ସାମାନ୍ୟ କଥାରେ ଉତକ୍ଷିପ୍ତ ହୋଇ ନିଜ ଦୁଇ ଶିଶୁଙ୍କୁ ଧରି ନିଜ କୋଠରୀରେ ଭିତର ପଟୁ କବାଟ ବନ୍ଦ କରି ଗଦେଇଥିଲେ । ନିଜ ତଥା ଦୁଇ ଶିଶୁଙ୍କ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ । ତାଙ୍କୁ ବଞ୍ଚାଇବାକୁ ସ୍ଵାମୀ ଟିକୁ ସେଲମା ଚେଷ୍ଟା କରିଥିଲେ । ଫଳରେ ଟିକୁ ମଧ୍ୟ ନିଆଁରେ ପୋଡ଼ିହୋଇ ଯାଇଥିଲେ । ତେବେ ଗୁରୁତର ଅବସ୍ଥାରେ ଚାରି ଜଣଙ୍କୁ ପରିବାର ଲୋକେ ଉଦ୍ଧାର କରି ତରଭା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ସମସ୍ତଙ୍କୁ ବଲାଙ୍ଗିର ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି ।
{"id":87024}ତେବେ ସ୍ଵାମୀ ଓ ସ୍ତ୍ରୀଙ୍କ କଳହ ଯୋଗୁଁ ଆଠ ବର୍ଷ ଓ ତିନି ବର୍ଷର ଦୁଇ ଶିଶୁ ପୋଡି ଗୁରୁତର ହୋଇଛନ୍ତି । ଏହି ଘଟଣାରେ ବଲାଙ୍ଗିର ଏବଂ ତରଭା ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।