କାନ୍ସ ରେଡ କାର୍ପେଟ୍ରେ ବିବସ୍ତ୍ର ହୋଇ ପ୍ରତିବାଦ କଲେ ମହିଳା, କହିଲେ-ଆମକୁ ବଳତ୍କାର ବନ୍ଦ କର
22/05/2022 at 9:45 AM

ନୂଆଦିଲ୍ଲୀ ୨୨।୦୫ : କାନ୍ସ ଫିଲ୍ମ ଫେଷ୍ଟିଭାଲ୍ ୨୦୨୨ ୧୭ ମଇରୁ ୨୮ ମେ ପର୍ଯ୍ୟନ୍ତ ଆରମ୍ଭ ହୋଇଛି । କାନ୍ସର ଧମାଲ୍ ସାର ଦେଶରେ ଦେଖିବାକୁ ମିଳୁଛି। ଏଥିରେ ଅନେକ ବଡ ବଡ କଳାକାର ସାମିଲ୍ ହୋଇଛନ୍ତି । ଏଥର ଏହି କାର୍ଯ୍ୟକ୍ରମ ଭାରତ ପାଇଁ ସ୍ବତନ୍ତ୍ର ହୋଇଛି। କାରଣ ଏଥର ଦୀପିକା ପାଦୁକୋନ୍ କାନ୍ସର ଜୁରି ସଦସ୍ୟ ଅଟନ୍ତି ଏବଂ ଏହା ସହ ସମ୍ମାନଜନକ ଦେଶ ପାଇଁ ଭାରତକୁ ମନୋନୀତ କରାଯାଇଛି।
ହେଲେ ଶୁକ୍ରବାର ଦିନ, ଇଭେଣ୍ଟରେ ଏପରି କିଛି ଘଟିଥିଲା ଯାହା ସେଠାରେ ଉପସ୍ଥିତ ଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ବାସ୍ତବରେ, ଜଣେ ମହିଳା ୟୁକ୍ରେନରେ ଘଟୁଥିବା ଅପରାଧ ବିରୁଦ୍ଧରେ ବିରୋଧ କରିବାର ନଜର ଆସିଥିଲେ। ଜଣେ ମହିଳା ହଠାତ୍ ରେଡ କାର୍ପେଟ୍ରେ ଫଟୋଗ୍ରାଫରଙ୍କ ସମ୍ମୁଖରେ ପୋଷାକ ଚିରି ଜୋରରେ ପାଟିତୁଣ୍ଡ କରିବାକୁ ଲାଗିଲେ। ବିନା ପୋଷାକରେ ତ୍ରିରଙ୍ଗା ରଙ୍ଗରେ ଶରୀରରେ ଷ୍ଟପ୍ ରେପିଂ ଅସ୍ ଲେଖିଥିଲେ। ସେଠାରେ ମହିଳାଙ୍କୁ ଦେଖିବା ପରେ ସୁରକ୍ଷାକର୍ମିମାନେ ପହଞ୍ଚି ବ୍ଲେଜରରେ ତାଙ୍କୁ ଘୋଡଇ ନେଇ ଯାଇଥିଲେ । ଏହି ସମୟରେ ପାପରାଜି ମାନେ ଦୃଶ୍ୟକୁ କଏଦ କରିଥିଲେ।
କାହିଁକି ନା ୟୁକ୍ରେନରେ ମହିଳାଙ୍କ ପ୍ରତି ହେଉଥିବା ଅସଦାଚରଣ, ହିଂସାକୁ ବିରୋଧ କରିଥିଲେ। ଯେତେବେଳେ ଏହି ସବୁ ଘଟିଲା, ଫିଲ୍ମର ନିର୍ଦ୍ଦେଶକ ଏବଂ ଅନ୍ୟାନ ତାରକାମାନେ ସେଠାରେ ଉପସ୍ଥିତ ଥିଲେ । ତାହାର ସମସ୍ତ ଫଟୋ ଏବଂ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।