ବସ୍ ଝରକା ବାହାରୁ ମୁହଁ ଖୋଲି କରୁଥିଲେ ବାନ୍ତି, ଦୁଇ ଗାଡ଼ି ମଝିରେ ଚାପି ହୋଇ ଫାଟିଲା ମୁଣ୍ଡ ଖପୁରୀ, ମହିଳାଙ୍କ ମୃତ୍ୟୁ
30/08/2023 at 8:22 PM

ନୂଆଦିଲ୍ଲୀ: ବସ୍ରେ ବସିଥିବା ବେଳେ ବାନ୍ତି ଲାଗିବାରୁ ବସ୍ ଝରକା ବାହାରକୁ ମୁଣ୍ଡ ଖୋଲି ବାନ୍ତି କରୁଥିଲେ ୨୦ ବର୍ଷୀୟ ମହିଳା। ହେଲେ ଏହି ସମୟରେ ବସ୍ ପାଖକୁ ଲାଗି ଆଉ ଏକ ଗାଡ଼ି ଆସିବାରୁ ମୁଣ୍ଡ ଚାପି ହୋଇ ଫାଟିଯିବାରୁ ଯୁବତୀଙ୍କ ମୃତ୍ୟୁ ହୋଇଛି। ବସ୍ଟି ହରିଆଣା ରାସ୍ତାରେ ଯାଉଥିବା ବେଳେ ଅଲିପୁର ଠାରେ ଏଭଳି ଦୁର୍ଘଟଣା ଘଟିଛି।
ମିଳିଥିବା ସୂଚନା ଅନୁସାରେ, ଉତ୍ତର ପ୍ରଦେଶ ପ୍ରତାପଗଡ଼ର ବାବ୍ଲୀ ନାମକ ଜଣେ ମହିଳା କାଶ୍ମରେ ଗେଟ୍ ନିକଟରୁ ବସ୍ ଚଢ଼ି ଲୁଧିଆନାକୁ ଯାଇଥିଲେ। ବସ୍ରେ ବସିବାରୁ ତାଙ୍କୁ ବାନ୍ତି ଲାଗିଥିଲା। ଅଲିପୁର ଏରିଆ ଠାରେ ସେ ବସ୍ ଝରକା ବାହାରୁ ମୁଣ୍ଡ କାଢ଼ି ବାନ୍ତି କରୁଥିବା ବେଳେ ଅନ୍ୟ ଏକ ଗାଡି ପଛରୁ ଆସି ବସ୍କୁ ଅତିକ୍ରମ କରିଥିଲା।
ଏହି ସମୟରେ ମହିଳାଙ୍କ ମୁଣ୍ଡ ଦୁଇ ଗାଡ଼ିର ସାଇଟ୍ରେ ଚାପି ହୋଇ ପସିଯାଇଥିଲା। ଗାଡ଼ଟି ବସ୍କୁ ଅତୀକ୍ରମ କରିବା ସହିତ ଯୁବତୀଙ୍କ ମୁଣ୍ଡ ଜୋର୍ରେ ଚାପି ହୋଇଯାଇଥିଲା। ଫଳରେ ଖପୁରି ଫାଟି ଘଟଣା ସ୍ଥଳରେ ହିଁ ଯୁବତୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମହିଳା ଜଣଙ୍କ ତାଙ୍କ ସ୍ୱାମୀ, ଭଉଣୀ ଓ ୩ ସନ୍ତାନ ସହ ଯାତ୍ରା କରୁଥିଲେ। ଏହି ଘଟଣାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପଛରୁ ଧକ୍କା ଦେଇ ଚାଲିଥିବା ଅନ୍ୟ ଗାଡ଼ିକୁ ପୁଲିସ ଖୋଜୁଛି।