ଏନଆରଆଇ ସ୍ୱାମୀ ବିଶ୍ୱାସଘାତକତା କରିବାରୁ ସୋସିଆଲ ମିଡ଼ିଆରେ ସ୍ତ୍ରୀ ଆରମ୍ଭ କଲେ ସଂଗ୍ରାମ, ସାମିଲ ହେଲେ ହଜାର ହଜାର ମହିଳା

Published By : Prameya-News7 Bureau | January 17, 2019 IST

ଦିଲ୍ଲୀ ୧୭/୧ : ପଶ୍ଚିମ ଦିଲ୍ଲୀର ମହାବୀର ଏନକ୍ଳେଭରେ ରହୁଥିବା ସିଵାଲୀ ସୁମନ ସୋସିଆଲ ମିଡ଼ିଆରେ ଵିଶ୍ଵାସଘାତ ଏନଆରଆଇ ସ୍ୱାମୀମାନଙ୍କ ବିରୋଧରେ ଲଢେଇ ଆରମ୍ଭ କରିଛନ୍ତି | ତାଙ୍କ ସହିତ ବିଦେଶୀ ସ୍ବାମୀ କରିଥିବା ଵିଶ୍ଵାସଘାତକତା ଯୋଗୁଁ ସେ ଏଭଳି ଏକ ପଦକ୍ଷେପ ନେଇଛନ୍ତି |

ସିଵାଲୀଙ୍କର ୫ ଭାଇ ଭଉଣୀ | ଭାଇ ଭଉଣୀଙ୍କ ମଧ୍ୟରେ ସେ ସମସ୍ତଙ୍କ ଠାରୁ ସାନ | ଏକ ଭଲ ଜୀବନ ପାଇବା ପାଇଁ ୨୦୧୭ ମସିହା ଫେବୃଆରୀ ମାସରେ ସେ ଜଣେ ଏନଆରଆଇଙ୍କୁ ବିବାହ କରିଥିଲେ | ବିବାହର ଦୁଇ ମାସ ପରେ ତାଙ୍କ ସ୍ୱାମୀ ତାଙ୍କୁ ଛାଡି କାନାଡ଼ା ଚାଲି ଯାଇଥିଲେ |

{"id":75102}

ସିଵାଲୀ ଅଭିଯୋଗ କରିଛନ୍ତି ଯେ, ସ୍ୱାମୀ ଛାଡି ଚାଲିଯିବା ପରେ ତାଙ୍କର ଗର୍ଭନଷ୍ଟ ହୋଇଥିଲା | ମା' ଘର ପକ୍ଷର  ବନ୍ଧୁବାନ୍ଧବ ତାଙ୍କୁ ନାନା ନିନ୍ଦା ଅପମାନ ଦେଇଥିଲେ | ଏପଟେ ସ୍ୱାମୀ ମଧ୍ୟ ତାଙ୍କୁ ସାଙ୍ଗରେ ନେଇଯିବା ପାଇଁ ପ୍ରସ୍ତୁତ ନଥିଲେ | ନ୍ୟାୟ ପାଇଁ ସେ ନିଜେ ସଂଗ୍ରାମ କରିବେ ବୋଲି ନିଷ୍ପତ୍ତି ନେଲେ |

ସିଵାଲୀ ଗତ ନଭେମ୍ବର ୧୩ ତାରିଖରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ | ୬ ସପ୍ତାହରେ ଜବାବ ଦେବା ପାଇଁ ସୁପ୍ରିମକୋର୍ଟ କେନ୍ଦ୍ରକୁ ନିର୍ଦେଶ ଦେଇଥିଲେ | କିନ୍ତୁ କେନ୍ଦ୍ର ତରଫରୁ ଏଯାଏଁ କୌଣସି ଜବାବ ମିଳିନାହିଁ |

{"id":75103}

ସଂସଦର ଶୀତକାଳୀନ ଅଧିବେଶନରେ ଏନଆରଆଇ ବିଶ୍ୱାସଘାତକ ସ୍ୱାମୀମାନଙ୍କ ବିରୋଧରେ କୌଣସି ବିଲ ନଆସିବାରୁ ସିଵାଲୀ ନିଷ୍ପତ୍ତି ନେଲେ ସେ ବିଧବା ଭଳି ନିଜ ଜୀବନ ଅତିବାହିତ କରିବେ ନାହିଁ | ବରଂ ଏକ ସଚେତନତା ଅଭିଯାନ ଆରମ୍ଭ କରିବେ | ସରଳ ଯୁବତୀଙ୍କୁ ଏନଆରଆଇ ଯୁବକଙ୍କ ଫାସରୁ ରକ୍ଷା କରିବା ପାଇଁ ହ୍ୱାଟ୍ସ ଆପ, ଫେସବୁକ ଏବଂ ସୋସିଆଲ ମିଡ଼ିଆର ଅନ୍ୟ ସବୁ ମାଧ୍ୟମରେ ଏନଆରଆଇ ସ୍ୱାମୀଙ୍କ ଠାରୁ ପ୍ରତାରିତ ହୋଇଥିବା ମହିଳାମାନଙ୍କୁ ଏକଜୁଟ କରିଥିଲେ |

{"id":75104,"width":584,"height":327}

ହ୍ୱାଟ୍ସ ଆପରେ ଆରମ୍ଭ କରିଥିବା ଗ୍ରୁପର ନାଁ ରଖାଗଲା ଦିଲ୍ଲୀ ପ୍ରୋଟେଷ୍ଟ ଗ୍ରୁପ | ଏହି ଗ୍ରୁପରେ ଦିଲ୍ଲୀର ଏନଆରଆଇ ମହିଳା ସାମିଲ ଅଛନ୍ତି | ଅପରପକ୍ଷରେ ଟୁଗେଦର ଉଇ କେନ ନାମକ ଗ୍ରୁପରେ ୟୁରୋପୀୟ ଦେଶର ମହିଳାମାନେ ସାମିଲ ଅଛନ୍ତି | ଫେସବୁକରେ NRI abondned wife, NRI fraud marriage victims ନାମରେ ପେଜ ରହିଛି |

ସୂଚନାଯୋଗ୍ୟ ଯେ, କେତେକ ପୀଡିତାଙ୍କ ପିଲାଛୁଆ  ମଧ୍ୟ ବଡ ହୋଇଗଲେଣି | କିନ୍ତୁ ଆଜି ଯାଏଁ ସେମାନେ ନିଜ ବାପାଙ୍କ ମୁହଁ ମଧ୍ୟ ଦେଖିନାହାନ୍ତି | ପୀଡିତାମାନେ ଅଭିଯୋଗ କରିଛନ୍ତି ଯେ, ଦେଶର ଆଇନ ବ୍ୟବସ୍ଥା ଯୋଗୁଁ ତାଙ୍କ ଜୀବନ ନର୍କ ପାଲଟି ଯାଇଛି | ବିବାହ ପରେ ପରେ ହିଁ ସେମାନଙ୍କ ସ୍ୱାମୀମାନେ ୱାର୍କ ଭିଜା କିମ୍ବା ଷ୍ଟଡି ଭିଜା ନେଇ ବିଦେଶ ଚାଲିଯାଉଛନ୍ତି | ଆହୁରି ଏମିତି କିଛି ବିଶ୍ୱାସଘାତକ ସ୍ୱାମୀ ଅଛନ୍ତି ଯେଉଁମାନଙ୍କୁ ଭାରତୀୟ ନ୍ୟାୟାଳୟ ସ୍ତ୍ରୀକୁ ଭରଣା ପୋଷଣ ଦେବା ପାଇଁ ଅଦାଲତରେ ହାଜର ହେବା ପାଇଁ ନୋଟିସ ଦେବା ପରେ ମଧ୍ୟ ସେମାନେ ଆସୁନାହାନ୍ତି ଓ ଫେରାର ହୋଇଯାଉଛନ୍ତି |

{"id":75105}

ଵିଶ୍ଵାସଘାତ ଏନଆରଆଇ ସ୍ୱାମୀଙ୍କ ବିରୋଧରେ ଆରମ୍ଭ ହୋଇଥିବା ଏହି ଅଭିଯାନର ଭଲ ପ୍ରଭାବ ମଧ୍ୟ ପଡିଛି | ଏନଆରଆଇ ସ୍ୱାମୀଙ୍କ ଦ୍ୱାରା ପ୍ରତାରିତ ଅଷ୍ଟ୍ରେଲିଆ, କାନାଡ଼ା, ଜର୍ମାନୀ ଏବଂ ୟୁରୋପୀୟ ଦେଶର ବହୁ ମହିଳା ଏବେ ଗୋଟିଏ ମଂଚରେ ସଂଗ୍ରାମ କରୁଛନ୍ତି | ଏକ ଗଣନା ଅନୁଯାୟୀ, ପାଖାପାଖି ୫୦ ହଜାର ମହିଳା ଏଭଳି ଵିଶ୍ଵାସଘାତର ଶିକାର ହୋଇଛନ୍ତି | ଅଧିକାଂଶ ପୀଡିତା ଚଣ୍ଡୀଗଡ଼, ପଞ୍ଜାବ, ହାଇଦ୍ରାବାଦ, ଦିଲ୍ଲୀ ଅଂଚଳର | ପୀଡିତା ମହିଳାମାନେ କହିଛନ୍ତି ଯେ, ଦେଶର ଆଇନ ବ୍ୟବସ୍ଥା ଦୁର୍ବଳ ହୋଇଥିବା ଯୋଗୁଁ ଏନଆରଆଇ ଯୁବକମାନେ ଏଭଳି ଵିଶ୍ଵାସଘାତକତା କରୁଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.