ଝିଅ ସହ ନାତୁଣିକୁ ବିକ୍ରିକରିଦେଲେ ମହିଳା, ଅଭିଯୋଗ ଆଣିଲେ ଜ୍ଵାଇଁ

Published By : Prameya-News7 Bureau | January 14, 2019 IST

ରେଓ୍ଵାରୀ ୧୪/୧- ଚଣ୍ଡିଗଡ଼ ରେଓ୍ଵାରୀରେ ଘଟିଛି ଅଭାବନୀୟ ଘଟଣା । ନିଜର ଝିଅ ସହ ନାତୁଣିକୁ ବିକ୍ରିକରିଦେବା ଅଭିଯୋଗ ଆଣିଛନ୍ତି ଜ୍ବାଇଁ ।

ଚଣ୍ଡଗଡ଼ର ରେଓ୍ଵାରୀ ଅଂଚଳରେ ମହମ୍ମଦ ହସନ ଗୋଟେ ମସଜିଦରେ ମୌଲବୀ ଥିଲେ । ସେ ୨୨ ବର୍ଷ ବୟସ୍କ ସାଧବାକୁ  ବିବାହ କରିଥିଲେ । ସେମାନଙ୍କର ପିଲାଟିଏ ବି ଥିଲା  । ସେମାନଙ୍କ ଭିତରେ କୌଣସି ମତଭେଦ ମଧ୍ୟ ନ ଥିଲା । କିଛିଦିନ ପାଇଁ ବାପଘରକୁ ବୁଲିବାକୁ ଯାଇଥିବା ଝିଅକୁ ଫେରିବାକୁ ଜ୍ବାଇଁ ଫୋନ କରିବା ପରେ ଶାଶୁ ଛାଡ଼ି ନଥିଲେ । ସେ ଫୋନରେ ଓଲଟି କହିଥିଲେ ୫ଲକ୍ଷ  ଦେବ ନା ୪୦ ହଜର ଟଂକାରେ ବିକ୍ରିକରିଦେବି ବୋଲି ଜ୍ଵାଇଁକୁ କହିଥିଲା ଶାଶୁ  ।

ଏହି ଘଟଣାପରେ ମୌଲବୀ ଜ୍ଵାଇଁ ଶାଶୁକୁ କହିବା ପରେ ବି ତାଙ୍କ ସ୍ତ୍ରୀ ଓ ଛୋଟ ପିଲାକୁ ବି ଛାଡ଼ି ନଥିଲା । ଜ୍ଵାଇଁକୁ ଶାଶୁ ଡ଼ିମାଣ୍ଡ କରିଥିଲା ୫ ଲକ୍ଷ  । ହେଲେ ଏହି ଟଂକାର  ଦେବାର ସାମର୍ଥ୍ୟ  ନଥିବାରୁ ସେ ଦେଇପାରି ନଥିଲେ । ଆହୁରି ମଧ୍ୟ ଓଲଟି ଧମକାଇବା କଥା ଥାନାରେ ଜ୍ଵାଇଁ ଏତାଲା ଦେଇଛନ୍ତି ।

ଶାଶୁ ଏହି ଘଟଣାରେ ୫ ଲକ୍ଷ ଟଂକା ନଦେଲେ ତାଙ୍କ ଝିଅ-ନାତୁଣିକୁ ଛାଡ଼ିବ ନାହିଁ ବୋଲି କହିଥିଲେ । ଯଦି ୫ଲକ୍ଷ ନଦିଏ ୪୦ ହଜାର ଟଂକାରେ ମାଆ-ଛୁଆଙ୍କୁ ବିକ୍ରି କରିଦେବ ବୋଲି ଧମକ ଦେଇଥିଲେ ।

କୌଣସି ଉପାୟ ନପାଇ ଯୁବକ ଥାନାରେ ଏତାଲା ଦେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବାକୁ ମାମଲା ଦାୟର କରିଛି ।

ଜ୍ଵାଇଁ ପୋଲିସରେ ଅଭିଯୋଗ ଆଣିବା ବେଳକୁ ଶାଶୁ  ୪୦ ହଜାର ଟଂକାରେ ବିକ୍ରି କରିଦେଇଥିଲା । ପୋଲିସ ସହାୟତାରେ ୪୦ ହଜାର ଟଙ୍କା ଦେଇ ନିଜ ସ୍ତ୍ରୀ ଓ  ଝିଅକୁ ଉଦ୍ଧାର କରିଛି ଜ୍ଵାଇଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.