ସ୍ୱାମୀଙ୍କ ଶବକୁ ଖଟ ଭିତରେ ଲୁଚେଇ ଶୋଉଥିଲା ପତ୍ନୀ, ଏପରି ଜଣାପଡିଲା ହତ୍ୟାର ରହସ୍ୟ

Published By : Prameya-News7 Bureau | September 23, 2019 IST

ଅଲୱର : ରାଜସ୍ଥାନ ଅଲୱରରେ ଜନୈକା ମହିଳା ତାଙ୍କ ସ୍ୱାମୀଙ୍କୁ ହତ୍ୟା କରି ଶବକୁ ଖଟ ଭିତରେ ଲୁଚେଇ ଘରେ ଶବ ସହ ରହୁଥିଲେ। ହେଲେ ଶବ ଷଢି ଦୁର୍ଗନ୍ଧ ହେବାରୁ ମହିଳା ତରବରିଆ ଭାବେ ପୋଡିବାକୁ ଚେଷ୍ଟାକରି ପୋଲିସ ହାତରେ ଧରାପଡିଛନ୍ତି। ପ୍ରାଥମିକ ତଦନ୍ତରୁ ପରକୀୟା ପ୍ରୀତି ଯୋଗୁ ମହିଳା ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଥିବା ଜଣାପଡିଛି। 

{"id":161598}

ମୃତକ କୁଲଦୀପ ବୋଲି ଚିହ୍ନଟ ହୋଇଛନ୍ତି। ସେ ଦୁଇ ଦିନ ଧରି ଘରେ ନଥିଲେ। ପରିବାର ଲୋକେ ଏ ନେଇ ତାଙ୍କ ପତ୍ନୀ ନିଶାଙ୍କୁ ପଚାରିବାରୁ ସେ ଜାଣିନଥିବା କହିଥିଲେ। ତେବେ କୁଲଦୀପ ଘରକୁ ନ ଫେରିବାରୁ ପରିବାର ଲୋକେ ଥାନାରେ ତାଙ୍କର ନିଖୋଜ ହେବା ନେଇ ଅଭିଯୋଗ ବି କରିଥିଲେ। ତେବେ ଗତ ଶୁକ୍ରବାର ରାତିରେ ଘରେ ମୂଶା ମରିଥିବା ବାହାନା କରି ଘରେ କିରୋସିନ ଢାଳି ନିଆଁ ଲଗାଇଦେଇଥିଲେ। ଏଥିରେ ସେ ବେଡ ରୁମ ଖଟରେ ଲୁଚାଇ ରଖିଥିବା ତାଙ୍କ ସ୍ୱାମୀଙ୍କ ଶବକୁ କାଢି ଘର ଭିତରେ ପୋଡିବାକୁ ଚେଷ୍ଟା କରୁଥିଲେ। ହେଲେ ଶବଟି ପୁରା ପୋଡିନଥିଲା ।

{"id":161599}

ପରିବାର ଲୋକେ ତାଙ୍କ ବେଡ ରୁମକୁ ଯିବାରୁ ଘରେ ଦରପୋଡା ଶବ ଦେଖି ତାହା କୁଲଦୀପର ବୋଲି ଚିହ୍ନଟ କରିଥିଲେ। ଘଟଣା ସମ୍ପର୍କରେ ତୁରନ୍ତ ପୋଲିସକୁ ସୂଚନା ଦିଆଯାଇଥିବା ବେଳେ ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ନିଶାକୁ ଗିରଫ କରିଛି। ୨୦୧୩ ମସିହାରେ ନିଶା ଓ କୁଲଦୀପଙ୍କର ବିବାହ ହୋଇଥିଲା। ହେଲେ ପରସ୍ପର ଚରିତ୍ରକୁ ସେମାନେ ସନ୍ଦେହ କରୁଥିଲେ। ଏଥିଲାଗି ସେମାନେ ଉଭୟ ଉଭୟଙ୍କର ମୋବାଇଲ ଫୋନ ବି ଘାଣ୍ଟନ୍ତି। ଏଥିରୁ ଗତ ୧୭ ତାରିଖ ଦିନ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏଥିରେ ଦୀପକଙ୍କ ମୁଣ୍ଡ  ଖଟ ବାଡରେ ପିଟି ହୋଇଯାଇଥିଲା। ସେହିଠାରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି କହିଛନ୍ତି ନିଶା। ତେବେ ଦୀପକଙ୍କ ମରିବା ନେଇ ନିଶା ଘରେ କାହାରିକୁ ଜଣାଇନଥିଲେ। ତେବେ ଷଢି ଯିବାରୁ ତାକୁ ଘରେ ପୋଡିଦେବାକୁ ଉଦ୍ୟମ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.