କରୋନା କବଳରେ ଆଉ ଜଣେ ଯୋଦ୍ଧା, ମହିଳା ଏସଆଇ କୋଭିଡ୍ ପଜିଟିଭ୍

Published By : Prameya-News7 Bureau | September 15, 2020 IST

ନୀଳଗିରି, ୧୫|୯ : ବାଲେଶ୍ୱର ନୀଳଗିରିରେ କରୋନା ସଂକ୍ରମଣ ହୁହୁ ହୋଇ ବଢିଚାଲିଛି। ବିଭିନ୍ନ ଅଫିସରେ ଏବେ ଅଧିକାରୀ ଓ କର୍ମଚାରୀ କରୋନା ସଂକ୍ରମିକ ହୋଇ ଚିକିତ୍ସିତ ହେଉଛନ୍ତି। ତେବେ ନୀଳଗିରି ଥାନା ଏବେ କରୋନା କବଳରେ ଥିବା ଜଣାପଡିଛି।

ପୂର୍ବରୁ ନୀଳଗିରି ଆଇଆଇସି ମିନତୀ ବିଶ୍ୱାଳ କରୋନା ସଂକ୍ରମଣରୁ ସୁସ୍ଥ ହୋଇ କିଛିଦିନ ହେବ କାର୍ଯ୍ୟରେ ଯୋଗଦାନ କରିଛନ୍ତି। ସେହିପରି ଏସଆଇ ଜୟସିଂ, ଏଏସଆଇ ଶରତଚନ୍ଦ୍ର ଧଳ ଓ ଅନ୍ୟ ୬ ଜଣ ଏପିଆର ଫୋର୍ସ କରୋନା ହେବା ପରେ ସେମାନେ ଏବେ ଚିକିତ୍ସିତ ହେଉଛନ୍ତି। କିନ୍ତୁ ଆଜି ଆଉ ଜଣେ କରୋନା ଯୋଦ୍ଧା ଏସଆଇ ସସ୍ମିତା ମଲିକ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ଆକ୍ରାନ୍ତ ଏସଆଇ ଏବେ ହୋମ କ୍ୟାରାଣ୍ଟାଇନରେ ରହି ଚିକିତ୍ସିତ ହେଉଛନ୍ତି। ଏବେ ନୀଳଗିରି ଥାନାରେ ଦୁଇଜଣ ଏସଆଇ ଓ ଜଣେ ଏଏସଆଇ କରୋନା ପାଇଁ ଅନୁପସ୍ଥିତ ଥିବାରୁ ଆଇନ ଶୃଙ୍ଖଳା ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.