ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ଯେଉଁ ମହିଳାମାନେ କରନ୍ତି ଏହି ୩ଟି କାମ ସେହି ପରିବାରକୁ ଭୋଗିବାକୁ ପଡିଥାଏ ଶନିଦେବଙ୍କ କ୍ରୋଧ

21/05/2019 at 4:55 PM

ଭଗବାନ ଶନିଦେବଙ୍କ କ୍ରୋଧ କେତେ ଘାତକ ତାହା ଆପଣମାନେ ସମସ୍ତେ ଜାଣିଛନ୍ତି । ଭଗବାନ ଶନିଦେବ ଯାହା ଉପରେ କ୍ରୋଧିତ ହେଲେ ସେମାନଙ୍କ ଜୀବନରେ ଅନେକ ସମସ୍ୟା ଲାଗି ରହିଥାଏ ।  ଶନିଦେବଙ୍କ କ୍ରୋଧ ଶାନ୍ତ ମଧ୍ୟ ହୋଇନଥାଏ । ମହିଳାମାନେ ଏହି ୩ଟି ଭୁଲ କରିବା ଦ୍ୱାରା ଭଗବାନ ଶନିଦେବ କ୍ରୋଧିତ ହୋଇଯାଆନ୍ତି । ମହିଳାଙ୍କ ଭୁଲ ପାଇଁ ପୁରା ପରିବାରକୁ ଏହାର ସାମ୍ନା କରିବାକୁ ପଡିଥାଏ ।

ଶାସ୍ତ୍ର ଅନୁଯାୟୀ, ମହିଳାଙ୍କୁ ଘରର ଦେବୀ ବୋଲି କୁହାଯାଏ । ଝିଅ ହେଉ କିମ୍ବା ବୋହୁ ଉଭୟଙ୍କୁ ସମାନ ସମ୍ମାନ ମିଳିବା ଦରକାର । କିଛି ମହିଳା ନିଜ ଭଲ ସ୍ୱଭାବ ଓ ମିଠା ବ୍ୟବହାର ଯୋଗୁଁ ସମସ୍ତଙ୍କୁ ମିଜର କରିଥାନ୍ତି । ଏହିଭଳି ମହିଳାମାନେ ଘରକୁ ମନ୍ଦିର ଭଳି ଗଢି ତୋଳନ୍ତି । ଏମାନଙ୍କୁ ଘରର ଲକ୍ଷ୍ମୀ ବୋଲି କୁହାଯାଏ । ଆଉ କିଛି ମହିଳା ଅଛନ୍ତି ଯାହାଙ୍କ ବ୍ୟବହାର ସମ୍ପୂର୍ଣ ଓଲଟା । ଏମାନେ ପରିବାରକୁ ଯୋଡିବା ବଦଳରେ ଭାଙ୍ଗିବା କାମ କରିଥାନ୍ତି । ଏମାନେ ଦେଖିବାକୁ ଯେତେ ସୁନ୍ଦର ହେଲେ ମଧ୍ୟ ଏମାନଙ୍କ ହୃଦୟ ସଫା ନଥାଏ ।  ଆସନ୍ତୁ ଜାଣିବା କଣ ସେହି ୩ଟି କାମ ଯାହା କରିବା ଦ୍ୱାରା ପରିବାରର ଅମଙ୍ଗଳ ହୋଇଥାଏ ।

୧. ଯେଉଁ ସ୍ତ୍ରୀମାନେ ନିଜ ସ୍ୱାମୀଙ୍କ ଇଚ୍ଛା ପାଳନ କରନ୍ତି ନାହିଁ, ଶନିଦେବ ସୋମାନଙ୍କୁ କେବେ କ୍ଷମା କରିନଥାନ୍ତି । ଯଦି ଆପଣଙ୍କ ସ୍ୱାମୀ ଆପଣଙ୍କୁ ସମ୍ମାନ ଦେଉଛନ୍ତି ତାହେଲେ ଆପଣ ମଧ୍ୟ ସ୍ୱାମୀଙ୍କ ଇଚ୍ଛାକୁ ସମ୍ମାନ ଦେବା ଉଚିତ । କିନ୍ତୁ ଯଦି ଆପଣଙ୍କ ସ୍ୱାମୀ ଆପଣଙ୍କୁ ନିର୍ଯ୍ୟାତନା ଦେଉଛନ୍ତି ତାହେଲେ ନିର୍ଯ୍ୟାତନା କେବେହେଲେ ସହିବା ଉଚିତ ନୁହେଁ । ଏହା ଦ୍ୱାରା ଶନିଦେବ କ୍ରୋଧିତ ହେବେନାହିଁ ।

୨. ଯେଉଁ ମହିଳାମାନେ ବିବାହିତ ହୋଇ ମଧ୍ୟ ପର ପୁରୁଷ ସହ ସମ୍ପର୍କ ସ୍ଥାପନ କରନ୍ତି ଶନିଦେବ ସେମାନଙ୍କ ଉପରେ କ୍ରୋଧିତ ହୋଇଥାନ୍ତି । ବିବାହ ପରେ କୌଣସି ପର ପୁରୁଷ ସହ ସମ୍ପର୍କ ସ୍ଥାପନ କରିବା ଧର୍ମ ବିରୋଧି । ଏହି ନିୟମ ପୁରୁଷଙ୍କ ପାଇଁ ମଧ୍ୟ ଲାଗୁ ହୋଇଥାଏ । ଯେଉଁ ଘରେ ମହିଳାମାନେ ଏହିଭଳି କାମ କରନ୍ତି ସେହି ଘରର କେବେହେଲେ ଉନ୍ନତି ହୁଏନାହିଁ ।

୩. ଯେଉଁ ଘରର ମହିଳାମାନେ ବୟସ୍କ ବ୍ୟକ୍ତିଙ୍କ ସମ୍ମାନ କରନ୍ତିନି ସେହି ସ୍ତ୍ରୀମାନଙ୍କୁ ଭଗବାନ ଶନିଦେବ କେବେ କ୍ଷମା କରିନ୍ତିନାହିଁ । ଏହିଭଳି ସ୍ତ୍ରୀ ଥିବା ଘରେ କେବେ ସୁଖ ଶାନ୍ତି ରହିନଥାଏ । ସେଥିପାଇଁ ଭୁଲରେ ମଧ୍ୟ ବଡ ଲୋକଙ୍କୁ ଅସମ୍ମ୍ନାନ କରିବା ଉଚିତ ନୁହେଁ ।

   Related Posts