ଫ୍ରିଜରେ ରହୁଛି ସାବତ ମାର ଭୂତ ! ମାଗଣାରେ ଦେଇଦେବାକୁ ଚାହୁଁଛନ୍ତି ମହିଳା, ହେଲେ  ହୋଇପାରୁନି ଯୋଗାଯୋଗ ଜାଣନ୍ତୁ କାହିଁକି?

Published By : Prameya-News7 Bureau | August 06, 2022 IST

ଲଣ୍ଡନ ୬।୮: ବ୍ରିଟେନରେ ଚଳିତବର୍ଷ ଭୀଷଣ ଗରମ ପଡିଛି। ଏଥିରେ ଥଣ୍ଡାପାଣି ମୁନ୍ଦେ ମିଳିବା ବି କଷ୍ଟକର ହୋଇପଡିଛି। ଜଣେ ମହିଳା ତାଙ୍କ ରୋଷେଇ ଘରେ ଥିବା ରେଫ୍ରିଜେରେଟରକୁ ମାଗଣାରେ ଦେଇଦେବାକୁ ଚାହୁଁଛନ୍ତି। କିଛି ଲୋକେ ନେବାକୁ ବି ଆଗ୍ରହୀ ଅଛନ୍ତି ହେଲେ ଯୋଗାଯୋଗ ହୋଇପାରୁନି। ଏହାର କାରଣ କେବଳ ଭୂତ ବୋଲି ଏବେ ଲୋକେ କହୁଛନ୍ତି । ଲଣ୍ଡନ ସହରର ବିଭିନ୍ନ ସ୍ଥାନରେ ଏହି ରେଫ୍ରିଜେରେଟର ବିକ୍ରିର ପୋଷ୍ଟର ଲାଗିଛି। ଲୋକେ ଏହାକୁ ପଢି ସେଠାରୁ ପଳାଉଛନ୍ତି ଆଉ କେତେକ ଦିଆଯାଇଥିବା ନମ୍ବରରେ ଯୋଗାଯୋଗ କରୁଛନ୍ତି। ହେଲେ ହୋଇପାରୁନି।

ମହିଳା ତାଙ୍କ ରୋଷେଇଘରେ ଥିବା ଫ୍ରିଜଟିକୁ ବିକିବା ଲାଗି  ବିଭିନ୍ନ ସ୍ଥାନରେ କାନ୍ଥରେ ବିଜ୍ଞାପନ ଲଗେଇଛନ୍ତି। ଫ୍ରିଜ ବିଷୟରେ ପୂର୍ଣ୍ଣ ବିବରଣୀ ମଧ୍ୟ ଲେଖିଛନ୍ତି। ଫ୍ରିଜର କୌଣସି ଅସୁବିଧା ନାହିଁ ଏହା କମ ବିଦ୍ୟୁତ ଖର୍ଚ୍ଚରେ ଭଲ ଚାଲୁଛି, ହେଲେ ଯାହା ଅସୁବିଧା ରହିଛି ତାହା ହେଉଛି ଭୂତ। ଏହି ଫ୍ରିଜରେ ମହିଳାଙ୍କ ସାବତ ମାଙ୍କ ଆତ୍ମା ଥିବା ମହିଳା ଭାବୁଛନ୍ତି। ତାଙ୍କ କହିବା କଥା ହେଲା ସାବତ ମା ଘରେ ରୋଷେଇ କରୁଥିବା ବେଳେ ତାଙ୍କୁ ହୃଦଘାତ ହୋଇଥିଲା ଓ ସେହିଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ସେବେଠାରୁ ତାଙ୍କ ଆତ୍ମା ରେଫ୍ରିରେଟର ଭିତରେ ରହୁଥିବା ମହିଳା ଭାବୁଛନ୍ତି।

{"id":666855,"width":841,"height":631,"sizeSlug":"full","linkDestination":"none"}

ଭୁତ ରେଫ୍ରିଜେରେଟରରେ ଯାହା ରଖିଲେ ଖାଉ ଦେଉଛି। ଏପରିକି ଢାଙ୍କୁଣୀ ଲଗେଇକି ରଖିଲେ ଖୋଲି ଦେଉଛି। ତେବେ ସବୁଠୁ ଯାହା ବଡ ଅସୁବିଧା ମହିଳା ଯାହା ରୋଷେଇ କରୁଛନ୍ତି ଭୂତକୁ ତାହା ପସନ୍ଦ ହେଉନି। ଏଣୁ ମହିଲା ମାଗଣାରେ ଫ୍ରିଜଟିକୁ ଦେଇ ଦେବାକୁ ଚାହୁଁଛନ୍ତି  ବିଜ୍ଞାପନରେ ‘କ୍ରସଡ୍ ଫ୍ରିଜ୍, ଫ୍ରି ଟୁ କଲେକ୍ଟ ‘ବୋଲି ଉଲ୍ଲେଖ କରିଛନ୍ତି।

ଲୋକେ ବିଜ୍ଞାପନ ପଢି ପଳାଉଛନ୍ତି ଆଉ କିଛି ଲୋକେ ଏଥିରେ ଦିଆଯାଇଥିବା ଫୋନ ନମ୍ବରରେ ଫୋନ କରିବାକୁ ଉଦ୍ୟମ କରୁଛନ୍ତି ହେଲେ ନମ୍ବରଟି ଭୁଲବୋଲି କହୁଛି। ଏଣୁ ଏହା ମଧ୍ୟ ଭୂତର କାମ ବୋଲି ଲୋକେ କହୁଛନ୍ତି। ମହିଳା ତାଙ୍କ ନମ୍ବରଟି ଠିକ୍ ଦେଇଛନ୍ତି ହେଲେ ଭୂତ ଏଥିରେ କିଛି ଗଡବଡ କରିଦେଇଥିବା ଲୋକେ ଭାବୁଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.