ଟ୍ରେନରେ ଚକୋଲେଟ୍ ବିକ୍ରି କରୁଥିବା ବୃଦ୍ଧାଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ଏନଜିଓ, ସାହାଯ୍ୟ ପାଇଁ ମନା କରି ଦେଲେ ; ଇଣ୍ଟରନେଟ୍ ଜଣାଇଲା ସଲାମ୍
9/09/2022 at 5:01 PM

ମୁମ୍ବାଇ ୦୯/୦୯: ନିକଟରେ ମୁମ୍ବାଇର ଲୋକାଲ୍ ଟ୍ରେନରେ ଚକୋଲେଟ୍ ବିକ୍ରି କରୁଥିବା ବୃଦ୍ଧା ହୋଇଥିଲେ ଭାଇରାଲ୍ । ତାଙ୍କ ଟକୋଲେଟ୍ ବିକିବାର ଅନ୍ଦାଜ ସମସ୍ତଙ୍କ ହୃଦୟ ଜିତିଥିଲା। ସେ ଯାତ୍ରୀଙ୍କ ପାଖକୁ ଆସି ହସ ହସ ମୁହଁରେ ଚକୋଲେଟ୍ ନେବାକୁ କହୁଥିଲେ। କିଏ ନେଉଥିଲେ ତ କିଏ ନାହିଁ। ହେଲେ ତାଙ୍କର ଟିକେ ହେଲେ ରାଗ କି ଦୁଃଖ ନଥିଲା। ତାଙ୍କର ସୁନ୍ଦର ବ୍ୟବହାର ଲୋକଙ୍କୁ ବେଶ୍ ଆକର୍ଷିତ କରିଥିଲା। ତାଙ୍କ ଭିଡିଓ ଭାଇରାଲ୍ ହେବା ପରେ ଅନେକ ୟୁଜର ତାଙ୍କୁ ସାହାଯ୍ୟ କରିବାକୁ ଲେଖିଥିଲେ।
ସେହି କଥା ରଖି ଏନଜିଓରେ କାମ କରୁଥିବା ଆଲୁୱାଲିଆ ନାମକ ଜଣ ବ୍ୟକ୍ତି ତାଙ୍କୁ ଖୋଜିଥିଲେ। ତାଙ୍କ ଜୀବନକୁ ସହଜ କରିବାକୁ ତାଙ୍କୁ କିଛି ସାହାଯ୍ୟ କରିବାକୁ ଚାହୁଁଥିଲେ। କିନ୍ତୁ ବୃଦ୍ଧା ଜଣଙ୍କ ତାଙ୍କ ସାହାଯ୍ୟ ନେବାକୁ ମନା କରିଦେଇଥିଲେ।
We found Dadi ji- with your support!😊
— Harteerath Singh Ahluwalia (@HarteerathSingh) September 7, 2022
After 48 hours of day and night search and some 12 changes of local trains in Mumbai today, we finally found Dadi ji. pic.twitter.com/DpwAnuWKKB
ଆଲୁୱାଲିଆ ଟ୍ୱିଟରରେ ଏକ ପୋଷ୍ଟ କରି ଲେଖିଛନ୍ତି, “ଆମେ ଆପଣଙ୍କ ସମର୍ଥନ ସହିତ ଦାଦୀ ଜିଙ୍କୁ ପାଇଲୁ! ଦିନରାତି ୪୮ ଘଣ୍ଟା ଖୋଜାଖୋଜି ପରେ ମୁମ୍ବାଇରେ ସ୍ଥାନୀୟ ଟ୍ରେନର ସେ ମିଳିଲେ। କିନ୍ତୁ ଆଶ୍ଚର୍ଯ୍ୟର କଥା, ଦାଦି-ଜି କୌଣସି ଆର୍ଥିକ ସହାୟତା ନେବାକୁ ମନା କରିଦେଲେ । ଏହା ପରେ ସେ ବିକ୍ରି କରୁଥିବା ସମସ୍ତ ଚକୋଲେଟ୍ କିଣିଥିଲୁ ବୋଲି ପୋଷ୍ଟରେ ଦର୍ଶାଯାଇଛି।
ଅହଲୁୱାଲିଆଙ୍କ ପୋଷ୍ଟ ୭ ହଜାରରୁ ଅଧିକ ଲାଇକ୍ ମିଳିସାରିଲାଣି। ଅନେକ ପ୍ରତିକ୍ରିୟା ମିଳିଛି। ତେବେ ଏହି ଘଟମା ପରେ ବୃଦ୍ଧାଙ୍କ ବଢ଼ିଯାଇଛି ଆହୁରି ସମ୍ମାନ। ଲୋକମାନେ ତାଙ୍କର ଖୁବ୍ ପ୍ରଶଂସା କରିବା ସହ ଇଣ୍ଟରନେଟ ବି କରିଛି ସଲାମ୍।