ବାଇକ୍ ଚେନରେ ପଶିଗଲା ମହିଳାଙ୍କ ଓଢ଼ଣୀ : ମୁଣ୍ଡରୁ ଅଲଗା ହୋଇଗଲା ଗଣ୍ଡି
9/06/2020 at 2:00 PM

ଫରିଦକୋଟ ୯/୬: ନିଜ ଝିଅଙ୍କୁ ଭେଟିବା ପାଇଁ ଦୁଇ ଯୁବକଙ୍କ ସହ ବାଇକରେ ବସି ଯାଉଥିବା ଜଣେ ବୟସ୍କା ମହିଳାଙ୍କ ମର୍ମନ୍ତୁଦ ମୃତ୍ୟୁ ହୋଇଛି। ମହିଳାଙ୍କ ଓଢ଼ଣୀ ବାଇକ୍ ଚକରେ ପଶିଯିବାରୁ ତାଙ୍କ ମୁଣ୍ଡ ଗଣ୍ଡିରୁ ଅଲଗା ହୋଇ ଦୂରରେ ଛିଟିକି ପଡ଼ିଥିଲା। ଏହି ଅଭାବନୀୟ ଘଟଣାଟି ଘଟିଛି ପଞ୍ଜାବର ଫରିଦକୋଟ ଜିଲ୍ଲାର।
ସୂଚନା ଅନୁଯାୟୀ, ମୁକ୍ତସର ରୋଡରେ ରହୁଥିବା ନୀରଜ ଶର୍ମା ଏବଂ ବିଜୟ ସବୁ ଦିନ ଭଳି ନିଜ ବାଇକରେ କାମରେ ମୁକ୍ତସର ଯାଉଥିଲେ। ଲକଡାଉନ୍ ଯୋଗୁଁ ବସ୍ ନ ମିଳିବାରୁ ବିଜୟଙ୍କ ପଡ଼ିଶାରେ ରହୁଥିବା ସୁଖପାଲ କୌର ମୁକ୍ତସରରେ ରହୁଥିବା ନିଜ ଝିଅଙ୍କୁ ଭେଟିବା ପାଇଁ ୨ଯୁବକଙ୍କ ସହ ବାଇକରେ ବସି ଯାଇଥିଲେ।
ସେମାନେ ଦରାକା ଗାଁ ନିକଟରେ ହୋଇଥିବାବେଳେ ସୁଖପାଲ କୌରଙ୍କ ଓଢ଼ଣୀ ବାଇକର ଚେନରେ ଫସି ଯାଇଥିଲା ଯାହା ଫଳରେ ତାଙ୍କ ମୁଣ୍ଡ ଗଣ୍ଡି ଅଲଗା ହୋଇଯାଇଥିଲା ଏବଂ ସେ ତଳେ ପଡ଼ିଯାଇଥିଲେ। ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା।
ମୃତ ମହିଳାଙ୍କ ପୁଅ ଜସବୀର ସିଂହଙ୍କ ବୟାନରେ ସିଆରପିସି ଦାରା ୧୭୪ଅନୁସାରେ କାର୍ଯ୍ୟାନୁଷ୍ଠାନ କରାଯାଇଛି।