Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ଗାଁର ବିକାଶ ପାଇଁ ସ୍ୱପ୍ନ ଦେଖିଥିଲେ ସରପଞ୍ଚ; ହେଲେ ସରକାରୀ ଅବ୍ୟବସ୍ଥା ଯୋଗୁ ଏବେ ସାଜିଛନ୍ତି ଦିନ ମଜୁରିଆ, ମୂଲ ଲାଗି ପୋଷୁଛନ୍ତି ପେଟ

25/05/2022 at 9:06 PM

ହନମକୋଣ୍ଡା: ସରପଞ୍ଚ ନିର୍ବାଚିତ ହେବା ପରେ ଗାଁର ବିକାଶ କରିବା ପାଇଁ ସ୍ୱପ୍ନ ଦେଖିଥିଲେ। ହେଲେ ସରକାରୀ ଅବ୍ୟବସ୍ଥା ତାଙ୍କୁ ଦିନମଜୁରିଆ କରିଦେଲା। ଗାଁର ବିକାଶ କରିବା ପାଇଁ ଲୋନ୍‌ ଉଠାଇଥିଲେ। ଏବେ ମୂଲ ଲାଗି ପେଟ ପୋଷୁଛନ୍ତି ଟଙ୍କା ସୁଝୁଛନ୍ତି।

ଘଟଣା ଘଟିଛି ତେଲେଙ୍ଗାନା ହନମକୋଣ୍ଡା ଜିଲ୍ଲାରେ। ୩ ବର୍ଷ ତଳେ ଭୀମଦେବରପଲ୍ଲି ମଣ୍ଡଳରେ ନୂଆ କରି ବିଶ୍ୱନାଥ କଲୋନୀ ନାମକ ଏକ ଗ୍ରାମପଞ୍ଚାୟତ ଗଠନ କରାଯାଇଥିଲା। ୨୦୨୦ରେ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ ଟିଆର୍‌ଏସ୍ ଦଳର ୩୨ ବର୍ଷୀୟା ଅନୀତା।

ଗାଁର ବିକାଶ ପାଇଁ ସୁଧରେ ୮ ଲକ୍ଷ ଟଙ୍କା ଲୋନ୍ ନେଇ କାମ କରିଥିଲେ। ଲୋନ୍ ଟଙ୍କା ଉଦ୍ଧାରଦାତା ଓ କଣ୍ଟ୍ରାକ୍ଟରକୁ ଦେଇଥିଲେ ସରପଞ୍ଚ। ହେଲେ ସରକାର ବିଲ୍ କ୍ଲିୟର କଲେ ନାହିଁ। ଦୁଇ ବର୍ଷ ହେଲା ବିଲ୍ ପଡ଼ି ରହିଥିବାରୁ ସୋଚନୀୟ ପରିସ୍ଥିତି ସାମ୍ନା କରିଥିଲା ପଞ୍ଚାୟତ। କାମ ଅଧାରେ ପଡ଼ି ରହିଲା। ଅନୀତାଙ୍କୁ ଦରମା ମିଳୁନଥିବା ବେଳେ ବିଲ୍ କ୍ଲିୟର ହୋଇନ ପାରିବାରୁ ମାନସିକ ଚାପରେ ରହିଲେ ସରପଞ୍ଚ ଅନୀତା।

ଶେଷରେ ପେଟ ପୋଷିବା ପାଇଁ ମହିଳା ସରପଞ୍ଚ ଧରିଥିଲେ ଗାଣ୍ଡୁଆ(ପାଛିଆ) ଓ କୋଦାଳ। ଏବେ ସେ ଦିନମଜୁରିଆ ଭାବେ ମୂଲ ଲାଗି ପେଟ ପୋଷୁଛନ୍ତି ଓ ଋଣ ସୁଝୁଛନ୍ତି। ସରକାରୀ ଅବ୍ୟବସ୍ଥା ତାଙ୍କୁ ସରପଞ୍ଚରୁ ଦିନମଜୁରିଆ ସଜାଇ ଦେଇଛି।  

   Related Posts