କଟକ ୧୯|୧: ପିଠା କାର୍ଯ୍ୟକ୍ରମରେ ସରପଞ୍ଚଙ୍କୁ ଆଟାକ୍ । କଟକ ସଦର ନିର୍ବାଚନ ମଣ୍ଡଳୀର ଗତିରାଉତ ପାଟଣାରେ ପିଠା କାର୍ଯ୍ୟକ୍ରମ ଚାଲିଥିବା ବେଳେ ସ୍ଥାନୀୟ ସରପଞ୍ଚ ଲକ୍ଷ୍ମୀପ୍ରିୟା ସ୍ବାଇଁ ଓ ତାଙ୍କ ପରିବାରକୁ ଆକ୍ରମଣ ହୋଇଛି । ଏ ନେଇ ଚାଉଳିଆଗଞ୍ଜ ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ତେବେ ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରାଙ୍କ ଇଙ୍ଗିତରେ ଏଭଳି ଆକ୍ରମଣ ହୋଇଥିବା ଅଭିଯୋଗ ଆସିଥିଲେ ମଧ୍ୟ ଏହାକୁ ଖଣ୍ଡନ କରିଛନ୍ତି କ୍ରୀଡ଼ା ମନ୍ତ୍ରୀ ।
{"id":75791}ପିଠା କାର୍ଯ୍ୟକ୍ରମରେ ପିଟାପିଟି । ସରପଞ୍ଚ ଓ ତାଙ୍କ ପରିବାର ଉପରେ ଆକ୍ରମଣ । କଟକ ସଦର ନିର୍ବାଚନ ମଣ୍ଡଳୀର ଗତିରାଉତ ପାଟଣାରେ ପିଠା କାର୍ଯ୍ୟକ୍ରମ ଚାଲିଥିବା ବେଳେ ସ୍ଥାନୀୟ ସରପଞ୍ଚ ଲକ୍ଷ୍ମୀପ୍ରିୟା ସ୍ବାଇଁ ଓ ତାଙ୍କ ପରିବାର ସଦସ୍ୟଙ୍କ ଉପରେ ଆକ୍ରମଣ କରିଛନ୍ତି କିଛି ଦୁର୍ବୃତ୍ତ । ଦୁର୍ବୃତ୍ତଙ୍କ ଆକ୍ରମଣରେ ସରପଞ୍ଚଙ୍କ ପୁଅର ମୁଣ୍ଡ ଫାଟିଛି । ଏନେଇ ଚାଉଳିଆଗଞ୍ଜ ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।
{"id":75792}କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରାଙ୍କ ଇଙ୍ଗିତରେ ତାଙ୍କର ସମର୍ଥକମାନେ ଏହି ଆକ୍ରମଣ କରିଛନ୍ତି ବୋଲି ଖୋଲାଖୋଲି ଅଭିଯୋଗ କରୁଛନ୍ତି ସରପଞ୍ଚ । ଗଣ୍ଡଗୋଳର କିଛି ସମୟ ପୂର୍ବରୁ ଏହି କାର୍ଯ୍ୟକ୍ରମରେ ଖୋଦ୍ ମନ୍ତ୍ରୀ ଉପସ୍ଥିତ ଥିଲେ । ଆଉ ମନ୍ତ୍ରୀ ଚାଲିଯିବା ପରେ ଦୁର୍ବୃତ୍ତମାନେ ଆକ୍ରମଣ କରିଥିବା କୁହାଯାଉଛି । ତେବେ ଏଭଳି ଅଭିଯୋଗକୁ ଅସ୍ବିକାର କରିବା ସହ ପୋଲିସ ତଦନ୍ତକୁ ସ୍ବାଗତ କରିଛନ୍ତି ମନ୍ତ୍ରୀ ।
{"id":75793}ରାଜ୍ୟ ସରକାରଙ୍କ ଦ୍ବାରା ଆୟୋଜିତ ପିଠା କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚଙ୍କୁ ଆକ୍ରମଣ ହେବା ଓ ମନ୍ତ୍ରୀଙ୍କ ସମର୍ଥକଙ୍କ ବିରୋଧରେ ଅଭିଯୋଗ ଉଠିବା ଯେତିକି ଦୁର୍ଭାଗ୍ୟଜନକ ସେତିକି ସାଂଘାତିକ୍ ମଧ୍ୟ । ଏହାକୁ ନଜରରେ ରଖି ପୋଲିସ ଉପଯୁକ୍ତ ତଦନ୍ତ କରି ଦୁର୍ବୃତ୍ତମାନଙ୍କୁ କାଠଗଡ଼ାକୁ ଆଣିବାକୁ ଦାବି ହୋଇଛି ।
{"id":75794} {"id":75795}