ସନ୍ଦେହ ନେଲା ଉଗ୍ରରୂପ: ମହିଳା ସରପଞ୍ଚଙ୍କୁ କୋଇଲା ମାଫିଆଙ୍କ ସଂଘବଦ୍ଧ ଆକ୍ରମଣ ଅଭିଯୋଗ
24/01/2023 at 11:15 PM

ଚାନ୍ଦବାଲି ୧୧/୦୬: ତିହିଡ଼ି ବ୍ଳକ ନରେନ୍ଦ୍ରପୁର ପଞ୍ଚାୟତ ଏବେ ଚୋରା କୋଇଲା କାରବାରର ପେଣ୍ଠସ୍ଥଳୀ ପାଲଟିଛି। ପ୍ରତିବାଦ କଲେ କିମ୍ବା ପୋଲିସକୁ ଜଣାଇଲେ ହେଉଛି ଆକ୍ରମଣ। ଏହି ରୋରା କୋଇଲା କାରବାରରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ସହଯୋଗ କିଛି ଅସାଧୁ ପୋଲିସ କର୍ମଚାରୀ ସହଯୋଗ କରୁଥିବା ଅଭିଯୋଗ ହେଉଛି।
ଖବର ଅନୁସାରେ, ନରେନ୍ଦ୍ରପୁରରେ ଚୋରା କୋଇଲା କାରବାର ବିଷୟରେ ପୋଲିସକୁ ସରପଞ୍ଚ ଜଣାଇଛନ୍ତି ବୋଲି ସନ୍ଦେହ କରି କୋଇଲା ମାଫିଆମାନେ ମହିଳା ସରପଞ୍ଚ ଓ ତାଙ୍କ ସ୍ୱାମୀଙ୍କୁ ସଂଘବଦ୍ଧ ଆକ୍ରମଣ କରିବା ସହ ତାଙ୍କ ସ୍ୱାମୀଙ୍କ ବେକରୁ ସୁନା ଚେନ୍ ଛିଣ୍ଡାଇ ନେଇଛନ୍ତି ବୋଲି ଅଭିଯୋଗ ହୋଇଛି।
ଏନେଇ ମହିଳା ସରପଞ୍ଚ ଦୀପ୍ତିମୟି ନାୟକ ପିରାହାଟ ଥାନାରେ ଏତଲା କରିଛନ୍ତି। ଏହି ଘଟଣାରେ ପୁର୍ବତନ ରାଜସ୍ବ ମନ୍ତ୍ରୀ ମନମୋହନ ସାମଲ ପିରାହାଟ ଥାନାରେ ପହଞ୍ଚି ଥାନାଧିକାରୀଙ୍କ ସହ ସାକ୍ଷାତ କରି ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ପାଇଁ ଦାବି କରିଛନ୍ତି।