୪୦୦ ପୁରୁଷଙ୍କୁ କଲେଣି ରିଜେକ୍ଟ, ଏହାପରେ ବି ମିଳିନି ଜୀବନସାଥୀ

Published By : Prameya-News7 Bureau | November 15, 2023 IST

ନୂଆଦିଲ୍ଲୀ ୧୫।୧୧: ବର୍ତ୍ତମାନ ସମୟରେ ପ୍ରକୃତ ପ୍ରେମ ପାଇବା ବହୁତ କଷ୍ଟ । ସୋସିଆଲ ମିଡିଆ ଯୁଗରେ ଲୋକମାନେ ପ୍ରାୟତ ଟାଇମ୍‌ ପାସ୍ ପ୍ରେମ କରୁଛନ୍ତି । ଯାହାର ଅବଧି ରହୁଛି କିଛି ମାସ କିମ୍ବା କିଛି ବର୍ଷ ।  ଏହା ପରେ ଦମ୍ପତି ଅଲଗା ହୋଇଯାଆନ୍ତି ଏବଂ ଭିନ୍ନ ଭିନ୍ନ ମାର୍ଗରେ  ଚାଲିଯାଆନ୍ତି  । ଆଉ ଏହି କାରଣରୁ ହିଁ କିଛି ପୁଅ ହୁଅନ୍ତୁ କିମ୍ବା ଝିଅ, ଏମାନେ ପ୍ରକୃତ ଜୀବନସାଥିର ସନ୍ଧାନ ବର୍ଷ ବର୍ଷ ଧରି ଜାରି ରଖିଥାନ୍ତି ।

{"id":869919,"width":840,"height":471,"sizeSlug":"full","linkDestination":"none"}

ଏମିତିକି ଅନେକ ନିଜ ପସନ୍ଦର ସାଥୀ ଖୋଜିବାରେ ଅସମର୍ଥ । ଆଜିକାଲି ଏପରି ଜଣେ ମହିଳା ଖୁବ୍‌ ଚର୍ଚ୍ଚାରେ ଅଛନ୍ତି । ଯିଏକି ୫୫ବର୍ଷ ବୟସରେ ପ୍ରକୃତ ପ୍ରେମ ଖୋଜୁଛନ୍ତି  । କିନ୍ତୁ ସେ କାହାକୁ ପାଇଲେ ନାହିଁ । ଏମିତି ନୁହଁ ଯେ ପୁରୁଷମାନେ ତାଙ୍କୁ ପସନ୍ଦ କରନ୍ତିନି ବରଂ ଶହ ଶହ ପୁଅ ତାଙ୍କୁ ପ୍ରସ୍ତାବ ଦେଇଛନ୍ତି, ତଥାପି ସେ ଅବିବାହିତ ଅଛନ୍ତି ।

{"id":869920,"width":837,"height":1104,"sizeSlug":"full","linkDestination":"none"}

ତେବେ ମହିଳାଙ୍କ ନାଁ ହେଉଛି ଫ୍ରାନ୍ ସାଏର୍ । ସେ ଜଣେ ଡିଭୋର୍ସି ମହିଳା ଅଟନ୍ତି । ରିପୋର୍ଟ ଅନୁଯାୟୀ, ଫ୍ରାନ୍ ଦାବି କରିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କୁ ୪୦୦ରୁ ଅଧିକ ପୁରୁଷ ବିବାହ ପାଇଁ ପ୍ରସ୍ତାବ ଦେଇଛନ୍ତି ।  କିନ୍ତୁ ସେ ସମସ୍ତଙ୍କୁ ନା କହିଛନ୍ତି । ସେ କହିଛନ୍ତି କି ଯେଉଁମାନେ ତାଙ୍କୁ ପ୍ରସ୍ତାବ ଦେଇଥିଲେ ସେମାନେ ସମସ୍ତେ ୧୮ ବର୍ଷର ବାଳକ ଠାରୁ ୩୫-୪୦ ବର୍ଷିୟ ପୁରୁଷ । ଏମିତିକି ଏଥିରେ ବୃଦ୍ଧ ବ୍ୟକ୍ତି ମଧ୍ୟ ରହିଛନ୍ତି ।

{"id":869922,"sizeSlug":"full","linkDestination":"none"}

 ଫ୍ରାନ୍ କହିଛନ୍ତି ଯେ ୧୮-୨୧ ବର୍ଷର ପୁଅମାନେ କେବଳ ତାଙ୍କ ସହିତ ସମ୍ପର୍କ ରଖିବାକୁ ଆଗ୍ରହୀ ଥିଲେ । ସେମାନଙ୍କ ପାଖରେ ପ୍ରେମ ପରି କୌଣସି ଭାବନା ନଥିଲା । ସେ ମିଷ୍ଟର ରାଇଟ୍‌ ଖୋଜିବା ପାଇଁ ଅନେକ ଅନଲାଇନ୍ ଡେଟିଂ ଆପ୍ ମଧ୍ୟ ବ୍ୟବହାର କରିଛନ୍ତି । କିନ୍ତୁ କୌଣସି ସୁଫଳ ମିଳିନଥିଲା । ଫ୍ରାନ୍ କହିଛନ୍ତି ଯେ ସବୁ ପୁରୁଷ ଆରମ୍ଭରେ ଠିକ୍‌ ଠାକ୍‌ କଥାବାର୍ତ୍ତା କରନ୍ତି । କିନ୍ତୁ କିଛି ଦିନ ମଧ୍ୟରେ ସେମାନଙ୍କର ହାବଭାବ ବଦଳିଯାଏ ।  

{"id":869923,"sizeSlug":"full","linkDestination":"none"}

ସେ କହିଛନ୍ତି ଯେ ପୁରୁଷଙ୍କ କଥାବାର୍ତ୍ତାରୁ ହିଁ ସ୍ପଷ୍ଟ ହୋଇଯାଏ ଯେ ସେ ସମ୍ପର୍କକୁ ଦୀର୍ଘ ସମୟ ରଖିବା ପାଇଁ ମୁଡ୍‌ରେ ନଥାନ୍ତି । ସେମାନେ କେବଳ ଟାଇମ୍‌ ପାସ୍‌ କରୁଛନ୍ତି । ଏଭଳି ପରିସ୍ଥିତିରେ ଫ୍ରାନ୍‌ଙ୍କୁ ସମ୍ପର୍କକୁ ପଛକୁ ହଟିବାକୁ ପଡିଥାଏ । ଫ୍ରାନ୍ କହିଛନ୍ତି ଯେ ଅଧିକାଂଶ ପୁରୁଷ ସୋସିଆଲ ମିଡିଆରେ ଝିଅ ଏବଂ ମହିଳାଙ୍କ ସହ କିପରି କଥାବାର୍ତ୍ତା କରିବେ ଏବଂ ସେମାନଙ୍କ ସହ କିପରି ବ୍ୟବହାର କରିବେ ଜାଣନ୍ତିନି ।

{"id":869924,"sizeSlug":"large","linkDestination":"none"}

ସେ ସୋସିଆଲ ମିଡିଆରେ ମଧ୍ୟ ନିଜର କ୍ରୋଧ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ସୋସିଆଲ ମିଡିଆ ଦିନେ ପ୍ରକୃତ ପ୍ରେମକୁ ନଷ୍ଟ କରିଦେବ । କାରଣ ଏଠାକାର ଲୋକମାନେ କାହାର ଭାବନାକୁ ସମ୍ମାନ କରନ୍ତି ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.