୭ବର୍ଷ ପରେ ଘରକୁ ଫେରିଲେ ମୃତ ମହିଳା, ସଜା କାଟୁଛନ୍ତି ୨ ନିର୍ଦୋଷ

Published By : Prameya-News7 Bureau | December 11, 2022 IST

ଜୟପୁର: ୭ବର୍ଷ ପରେ ଘରକୁ ଫେରିଲେ ମୃତ ମହିଳା । ହତ୍ୟାର ୭ବର୍ଷ ପରେ ମହିଳା ଉଦ୍ଧାର ହୋଇଛନ୍ତି। ଏଭଳି ଆଶ୍ଚର୍ଯ୍ୟ କଲା ଭଳି ଖବର ଆସିଛି ରାଜସ୍ଥାନ ଦୌସା ଅଞ୍ଚଳରୁ । ଅନ୍ଯପଟେ ହତ୍ୟା ମାମଲାରେ ଦୁଇଜଣ ନିର୍ଦ୍ଦୋଷ ତିନି ବର୍ଷ ଲେଖାଏଁ ସଜା କାଟିଲେଣି ।

ରାଜସ୍ଥାନ ଦୌସାରୁ ସାମ୍ନାକୁ ଆସିଛି ଏଭଳି ଖବର । ଜଣେ ମହିଳା ଏବେ ପୋଲିସର ମୁଣ୍ଡ ବ୍ୟଥାର କାରଣ ପାଲଟିଛନ୍ତି । ମହିଳାଙ୍କ ହତ୍ୟା ହୋଇଥିବା ନେଇ ପୋଲିସ ମାମଲା ରୁଜୁ କରି ତଦନ୍ତ କରିଥିଲା । ଏଥିରେ ଦୁଇଜଣ ନିର୍ଦ୍ଦୋଷ ବିଚାର ବିଭାଗୀୟ ହାଜତରେ ତିନି ବର୍ଷ ଲେଖାଏଁ ସଜା କାଟୁଛନ୍ତି । ହେଲେ ହତ୍ୟା ହୋଇଥିବା ମହିଳା ୭ବର୍ଷ ପରେ ଘରକୁ ଫେରିଛନ୍ତି । ଯାହା ପୋଲିସର ତଦନ୍ତ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଉତ୍ତରପ୍ରଦେଶର କୌଶି ନିବାସୀ ଆରତୀ ବରସୋ ପ୍ରଥମେ ରାଜସ୍ଥାନ ଦୋସାର ମେହେନ୍ଦିପୁର ବାଲାଜୀରେ ରହୁଥିଲେ । ସେଠାରେ ସୋନୁ ସୈନୀ ନମକ ଜଣେ ଯୁବକଙ୍କୁ ବିବାହ କରିଥିଲେ । ବାହାଘରର କିଛି ଦିନ ପରେ ଆରତୀ ନିଖୋଜ ହୋଇଯାଇଥିଲା । ବୃନ୍ଦାବନରୁ ଜଣେ ମହିଳାଙ୍କ ମୃଦଦେହ ମିଳିବା ପରେ ଆରତୀଙ୍କୁ ହତ୍ୟା କରାଯାଇଛି ବୋଲି ଥାନା ଅଭିଯୋଗ କରିଥିଲେ ପରିବାର ଲୋକ । ସୋନୁ ସୈନୀ ଓ ଗୋପାଳ ସୈନୀ ତାଙ୍କୁ ମାରିଛନ୍ତି ବୋଲି କହିଥିଲେ । ବୃନ୍ଦାବନ ପୋଲିସ ତଦନ୍ତ କରି ଦୁଇ ଜଣ ନିର୍ଦ୍ଦୋଷଙ୍କୁ ଗିରଫ କରି ବିଚାର ବିଭାଗୀୟ ହାଜତରେ ରଖିଥିଲା । ତିନି ବର୍ଷ ପରେ ଜାମିନ୍ ବାହାରକୁ ଆସି ସୋନୁ ସୈନୀ ଆରତୀଙ୍କୁ ଖୋଜାଖୋଜି କରିଥିଲେ । ପରେ ଦୌସାର ବିଶାଳା ଗାଁରେ ଆରତୀ ରହୁଥିବା ନେଇ ଜାଣିବାକୁ ପାଇଥିଲେ । ବୃନ୍ଦାବନ ପୋଲିସକୁ ଜଣାଇବା ପରେ ଆରତୀଙ୍କୁ ଉଦ୍ଧାର କରାଯାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.