କୋରାପୁଟ ୨୮/୧୦ : କୋରାପୁଟ ସହରରେ ଅଭାବନୀୟ ଘଟଣା । ଚାକିରି ଦେବା ନାଁରେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ। ଲକ୍ଷ୍ମୀପୁର ଥାନା ବୁର୍ଜା ଗ୍ରାମର ତୁଷାର କାନ୍ତ ତୁରୁକୁକୁ ଗିରଫ କରିଛି ଟାଉନ ଥାନା ପୋଲିସ । ମହିଳାଙ୍କ ସ୍ବାମୀଙ୍କ ସୁଚନା କ୍ରମେ କୋରାପୁଟ ଟାଉନ ଥାନା ପୋଲିସ ଏକ ହୋଟେଲରୁ ୨ ଜଣକୁ ଉଦ୍ଧାର ଥାନାକୁ ଆଣିଥିଲା । ପରେ ଉଭୟଙ୍କ ଡାକ୍ତରୀ ମାଇନା କରାଇଥିଲା ।
କୋରାପୁଟ ଟାଉନ୍ ପୋଲିସ ପକ୍ଷରୁ ଅମ୍ବିକା ହୋଟେଲ ୧୦୬ ନଂ ରୁମରେ ଚଢ଼ାଉ କରାଯାଇଥିଲା । ହୋଟେଲ ରୁମରେ ବୁର୍ଜା ଗ୍ରାମର ତୁଷାର କାନ୍ତ ତୁରୁକୁ ଓ ମହିଳାଙ୍କୁ ଉଦ୍ଧାର କରିଥିଲା ପୋଲିସ । ଉଭୟଙ୍କୁ ଥାନାରେ ଅଟକ ରଖି ଅଧିକା ପଚରାଉଚରା କରୁଛି କୋରାପୁଟ ଟାଉନ ପୋଲିସ ।
ମହିଳାଙ୍କ ବୟାନ ଅନୁସାରେ ତୁଷାର କାନ୍ତ ଚାକିରି କରାଇଦେବା ନାଁରେ ଅମ୍ବିକା ହୋଟେଲ ଡାକିଥିଲେ। ସେଠାରେ କଥାବାର୍ତ୍ତା କରି ମଦ ପିଆଇ ଦେଇଥିଲେ। ସାମାନ୍ୟ ନିଶା ହେବାର ସୁଯୋଗ ନେଇ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା ବୋଲି ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ପୀଡିତା ମହିଳା । ଘଟଣା ସମ୍ପର୍କରେ କୈାଣସି ପ୍ରକାରେ ସ୍ବାମୀଙ୍କୁ ଖବର ଦେଇଥିଲେ ମହିଳା । ଏହା ପରେ ପୋଲିସର ଆଶ୍ରୟ ନେଇଥିଲେ ମହିଳାଙ୍କ ସ୍ବାମୀ । ପରେ ପୋଲିସର ଏକ ଟିମ ଚଢାଉକରି ହୋଟେଲରୁ ଉଭୟଙ୍କୁ ଉଦ୍ଧାର କରିଥିଲା । ଯୁବକଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।