ଷ୍ଟେସନରେ ବାଟଭୁଲି ଯାଇଥିବା ମହିଳାଙ୍କୁ ରେଲଓ୍ଵେ କ୍ଵାଟରରେ ରଖି ସାମୁହିକ ଦୁଷ୍କର୍ମ
24/03/2019 at 9:09 PM

ବରେଲୀ ୨୪/୩- ଜଣେ ବାଟଭୁଲି ଯାଇଥିବା ମହିଳାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗ ବରେଲୀରୁ ଆସିଥିବା ଜଣାଯାଇଛି । ମହିଳା ନିଜ ସ୍ବାମୀକୁଷ୍ଟେସନରେ ଖୋଜି ପାଇ ନଥିଲେ । ଫଳରେ ବାଟବଣା ହୋଇଯିବାରୁ ଜଣେ ଯୁବକ ଉଠାଇଲା ଏହାର ଫାଇଦା ।
ଏଭଳି ଅଭାବନୀୟ ଘଟଣା ବରେଲୀର ଫୌଜଗଂଜଥାନା ଅଂଚଳ ସିସରକା ରେଳ ଷ୍ଟେସନରେ ଘଟିଛି ।ମହିଳା ତାଙ୍କ ସ୍ଵାମୀଙ୍କ ସହ ଆସିଥିଲେ । କିନ୍ତୁ ମହିଳା ରେଳଷ୍ଟେସନରେ ବାଟ ହୁଡ଼ି ଯାଇଥିଲେ । ଫଳରେ ତାଙ୍କ ସ୍ଵାମୀଙ୍କୁ ଖୋଜୁ ଖୋଜୁ ନରେଶ ପାଲ ନାମକ ଜଣେ ଯୁବକଙ୍କ ସହ ଦେଖା ହୋଇଥିଲା ।
ମହିଳାଙ୍କୁ ଆଶ୍ଵାସନା ଦେବା ସହ ଟ୍ରେନରେ ବସି ସିସରକା ଷ୍ଟେସନ ଯିବାକୁ କହିଥିଲା । ସେମାନେ ଷ୍ଟେସନରେ ପହଂଚିବା ବେଳକୁ ରାତି ୯ଟା ବାଜି ସାରିଥିଲା ।
ଷ୍ଟେସନ ଠାରୁ ମାତ୍ର ୨୦ମିଟର ଦୂରରେ ଥିବା ଅମର ସିଂ ନାମକ ଜଣେ କର୍ମଚାରୀଙ୍କ ଏକ ରେଲଓ୍ଵେ କ୍ବାଟରକୁ ନେଇ ଯାଇଥିଲେ । ସେଠାରେ ଅମର ସିଂ ଓ ନରେଶ ଦୁଷ୍କର୍ମ କରିଥିଲେ। ରାତିସାରା ମହିଳାଙ୍କୁ ଦୁଷ୍କର୍ମ କରିବା ପରେ ସକାଳେ ଷ୍ଟେସନରେ ଛାଡ଼ିଦେଇ ଆସିଥିଲେ ନରେଶ ।
ଏହି ଘଟଣାରେ ମହିଳା ରେଲଓ୍ଵେ ଥାନାରେ ଅଭିଯୋଗ ଆଣିବା ପରେ ପୋଲିସ ଏହି ଘଟଣାର କରୁଛି ତଦନ୍ତ ।