ଉଦମସିଂନଗର ୧୪/୧- ଉତ୍ତରାଂଚଳ ଉଦମସିଂନଗରରେ ଘଟିଛି ଅଭାବନୀୟ ଘଟଣା । ଭାଉଜକୁ ଦୁଷ୍କର୍ମ କଲେ ଦୁଇ ଦିଅର । ଏହା ସହିତ ମାରପିଟ କରିବା ଓ ଜୀବନରୁ ମାରିଦେଵାକୁ ଧମକଦେବାରୁ ନ୍ୟାୟପାଇଁ ମହିଳା ଥାନାରେ ହୋଇଛନ୍ତି ଦ୍ଵାରସ୍ଥ ।
ଉଦମସିଂନଗର ରୁଦ୍ରପୁରରେ ଏହି ଘଟଣା । ମହିଳାଙ୍କ ଅଭିଯୋଗ ଅନୁସାରେ ତାଙ୍କ ସ୍ଵାମୀ ସକାଳୁ ବାହାରିଯିବା ପରେ ଘଟିଥିଲା ଏହି ଘଟଣା । ତାଙ୍କ ସ୍ଵାମୀ ଭୋର ସମୟରୁ ଉଠି ଅନ୍ୟକାମରେ କୁଆଡ଼େ ଚାଲିଯାଇଥିଲେ । ଫଳରେ ତାଙ୍କର ଦୁଇ ଦିଅର ଘର ଭିତରକୁ ଧସେଇ ପଶିଥିଲେ । ତାଙ୍କୁ ନିର୍ବସ୍ତ୍ରକରି ଦୁଇଜଣ ଯାକ ଶାରୀରିକ ସଂପର୍କ ରଖିଥିବା କଥା ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି । ଏହି ସମୟରେ ମହିଳାଙ୍କ ପାଖରେ ଶୋଇଥିବା ତାଙ୍କ ପୁଅ ଉଠିବା ପରେ ସେମାନେ ଛାଡ଼ିଚାଲିଯାଇଥିଲେ ।
ମହିଳା ଏହି ଘଟଣାକୁ ବିରୋଧ କରିବାରୁ ତାଙ୍କୁ ମାରପିଟ ମଧ୍ୟ କରିଥିବା ଅଭିଯୋଗ କରିଛନ୍ତି । ମହିଳା ଏହି ଦୁଷ୍କର୍ମ କରିଥିବା ଘଟଣାକୁ ସ୍ଵାମୀଙ୍କ ପାଖରେ କହିବା ପରେ ପତି-ପତ୍ନୀ କୋର୍ଟରେ ଦ୍ଵାରସ୍ଥ ହୋଇଛନ୍ତି ।