ଏହି ଜିଲ୍ଲାର ଯୁବତୀଙ୍କ ଦେହ ନିଲାମ କରନ୍ତି ଦଲାଲ, ଚାଲାଣ ବେଳେ ୧୬ଯୁବତୀ ଟ୍ରେନରୁ ଉଦ୍ଧାର

Published By : Prameya-News7 Bureau | July 30, 2019 IST

ଛତିଶଗଡ୩୦|୭: ଯୁବତୀ ଚାଲାଣ ସନ୍ଦେହରେ ପୋଲିସ ୧୬ ଜଣ ଯୁବତୀଙ୍କୁ ଅଟକ ରଖିଛି। କୋର୍ବା-ତ୍ରିବେନ୍ଦ୍ରମ ଏକ୍ସପ୍ରେସରେ ଯୁବତୀଙ୍କୁ ଚାଲାଣ କରାଯାଉଥିବା ଖବର ପାଇ ପୋଲିସ ସଂପୃକ୍ତ ଟ୍ରେନରେ ତଲାସି କରିଥିଲା। ପୋଲିସ ୧୬ ଜଣ ଯୁବତୀଙ୍କୁ ଟ୍ରେନରୁ ଉଦ୍ଧାର କରିବା ସହ ତାଙ୍କୁ ପଚରାଉଚାର ଜାରି ରଖିଛି।

ଛତିଶଗଡର ଅଧିକାଂଶ ଜିଲ୍ଲା ଆଦିବାସୀ ପ୍ରବଣ ଭାବେ ଜଣାଶୁଣା। ତେଣୁ ଏହି ଜିଲ୍ଲାର ଯୁବତୀଙ୍କୁ ବୁଝାଇସୁଝାଇ ଟ୍ରେନରେ ଅନ୍ୟ ସ୍ଥାନକୁ ପଠାଯାଇଥାଏ। ସେହପରି ରାଜଗଡ ଜିଲ୍ଲାର ଧର୍ମଜୟଗଡ ବ୍ଲକର ୨୭ ଟି ଗାଁରେ ଯୁବତୀଙ୍କ ନିଲାମ ହୋଇଥାଏ। ଏହି କାମ ସେଠାରେ ଥିବା ଦଲାଲମାନେ କରିଥାନ୍ତି।

ଏହି ଅଞ୍ଚଳରେ ଯୁବତୀଙ୍କୁ ନେଇ ଟଙ୍କା ରୋଜଗାର କରୁଥିବା ଦଲାଲମାନଙ୍କ ସଂଖ୍ୟା ଅଧିକ। ଏହି ଗାଁ ଗୁଡିକକୁ ଗମନାଗମନା ସୁବିଧା ନଥିବାରୁ ଆଦିବାସୀ ଯୁବତୀଙ୍କୁ  ନେଇ ଦଲାଲମାନେ ବ୍ୟବସାୟ କରିଥାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.