ଝାରସୁଗୁଡାରେ ତେଜିବାରେ ଲାଗିଛି ମଦ ବିରୋଧୀ ଆନ୍ଦୋଳନ

Published By : Prameya-News7 Bureau | October 28, 2018 IST

ଝାରସୁଗୁଡା ୨୮/୧୦ : ଝାରସୁଗୁଡା ଜିଲ୍ଲାରେ ଧୀରେ ଧୀରେ ମଦ ବିରୋଧୀ ଆନ୍ଦୋଳନ ତେଜିବାରେ ଲାଗିଛି । ଦୁଇଦିନ ତଳେ ବଢ଼େଇମୁଣ୍ଡାରେ ମହିଳା ମାନେ ମଦ ବିକ୍ରେତା ମାନଙ୍କୁ ସତର୍କ କାରିବାକୁ ଶୋଭାଯାତ୍ରା କରିଥିଲେ।ଆଜି ଏକ ଭିନ୍ନ ପରିସ୍ଥିତିରେ ମରାକୁଟା, ଜମେରା ଓ ସିଂହାବଗା ଅଂଚଳର ମହିଳା ମାନେ ତିହାଡ଼ିପାଲିରେ ଥିବା ସରକାରୀ ଲାଇସେନ୍ସ ପ୍ରାପ୍ତ ଦେଶୀ ମଦଭାଟି ରେ ଚଢାଉ କରିଥିଲେ । ମହିଳା ମାନେ ମଦଭାଟିରେ ପଶି ଦେଶୀମଦ ପାଉଚକୁ ଫିଙ୍ଗିବା ସହ ମଦଭାଟିର ବିଭିନ୍ନ ସାମଗ୍ରୀକୁ ଭାଂଗିରୁଜି ଦେଇଥିଲେ । ଖବରପାଇ ଝାରସୁଗୁଡା ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ମହିଳାଙ୍କୁ ବୁଝାସୁଝା କରିଥିଲେ । ପ୍ରାୟ 3ଘଂଟା ଧରି ମହିଳା ମାନେ ମଦଭାଟିକୁ ଘେରାଉ କରିବା ସହ କୁଚିଆ ମଦ ବେପାରୀଙ୍କ ସଂଖ୍ୟା ବୃଦ୍ଧି କରିବାରେ ସାହାୟକ ହେଉଛନ୍ତି ବୋଲି ମହିଳାମାନେ ଅଭିଯୋଗ କରିଥିବା ବେଳେ ମଦଭାଟି ମ୍ୟାନେଜର 2 ଲକ୍ଷ ଟଙ୍କା ରୁ ଉର୍ଦ୍ଧ୍ବ କ୍ଷତି ହୋଇଛି ବୋଲି ଦର୍ଶାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.