Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ କିଛି ଦିନ ପରେ ସାଜିଥାନ୍ତେ ବରଗଡ଼ ଧନୁଯାତ୍ରାର ବଳରାମ, ତା ଆଗରୁ ଦୁନିଆ ଛାଡ଼ି ଚାଲିଗଲେ ଶ୍ରେୟସ
  • ||
  • ଜାଡ଼ରେ ଥରୁଛି କନ୍ଧମାଳ: ଫୁଲବାଣୀରେ ୬.୬ ଡିଗ୍ରୀ, ଦାରିଙ୍ଗବାଡିରେ ୮.୫ ଡିଗ୍ରୀ ସେଲସିୟସ
  • ||
  • ମହିଳା ପ୍ରଦର୍ଶନକାରୀଙ୍କ ସ୍ତନ ଏବଂ ଗୁପ୍ତାଙ୍ଗକୁ ଗୁଳି କରୁଛନ୍ତି ଇରାନୀ ସେନା, ଖୁଲାସା କଲେ ଡାକ୍ତର
  • ||
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

ଚଳନ୍ତା ଟ୍ରେନ୍‌ରୁ ମହିଳା କନଷ୍ଟେବଲଙ୍କୁ ଠେଲିଦେଲେ ୪ ଦୁର୍ବୃତ୍ତ

15/06/2022 at 7:56 PM

ପାଟନା ୧୫/୦୬ : ବିହାର ପୋଲିସର ଜଣେ ମହିଳା କନଷ୍ଟେବଲ ଚୋରିର ବିରୋଧ କରିବା ସମୟରେ ତାଙ୍କୁ ବୁଧବାର କାଠିହାର ଜିଲ୍ଲାରେ ଚଳନ୍ତା ଟ୍ରେନ୍‌ରୁ ଫିଙ୍ଗି ଦିଆଯାଇଛି। ଯେତେବେଳେ ସମସ୍ତିପୁର କାଠିହାର ପ୍ୟାସେଞ୍ଜର ଆଜି କାଠିହାର ଜଙ୍କସନରେ ପହଞ୍ଚିବାକୁ ଯାଉଥିଲା ସେହି ସମୟରେ ଆଜି ଏପରି ଘଟଣା ଘଟିଛି। ସେହି ମହିଳା କନଷ୍ଟେବଙ୍କ ପରିଚୟ ଆରତି କୁମାରୀ ବୋଲି ଜଣାପଡ଼ିଛି ସେ ନୌଡ଼ାରେ ନିୟୋଜତ ଅଛନ୍ତି ସେ ତାଙ୍କ ଘରକୁ ଯିବା ସମୟରେ ଜଙ୍କସନର ବାହାର ପୋଷ୍ଟରେ ଏପରି ହୋଇଥିଲା।  

ଆହତ କନଷ୍ଟେବଲଙ୍କୁ ରେଳ ଧାରଣା ପାଖେ ଦେଖି କଠିଆର ଜିଲ୍ଲା ଚିକିତ୍ସାଳୟକୁ ନିଆଯାଇଥିଲା। ତାଙ୍କ ଦେହରେ ଅଧିକ କ୍ଷତ ହୋଇଥିବାରୁ ତାଙ୍କର ଉନ୍ନତ ଚିକିତ୍ସା ପାଇଁ ଡାକ୍ତରମାନେ ତାଙ୍କୁ କଠିହାର ମେଡ଼ିକାଲ୍‌ କଲେଜ୍‌କୁ ସ୍ଥାନାନ୍ତର କରିଛନ୍ତି।

ଆହତ କନଷ୍ଟେବଲ ଡାକ୍ତରଖାନାରେ କହିଛନ୍ତି ‘‘ଚାରିଜଣ ଲୁଟେରା ମୋ ମନି ପର୍ସ ଓ ମୋବାଇଲ୍‌ ଛଡ଼ାଇବା ପାଇଁ ଚେଷ୍ଠା କରୁଥିଲେ। ମୁଁ ସେମାନଙ୍କୁ ବିରୋଧ କରିବାରୁ ସେମାନେ ମୋତେ ଟ୍ରେନ୍‌ରୁ ଠେଲିଦେଲେ’’।

କନଷ୍ଟେବଲଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ‘‘ତାଙ୍କର ଡାହାଣ ଗୋଡ଼ ଭାଙ୍ଗିଯାଇଛି ଓ ମୁଣ୍ଡରେ ଗଭୀର କ୍ଷତ ହୋଇଛି’’। ମହିଳା କନଷ୍ଟେବଲ ଜଣଙ୍କ ବାରମ୍ୱାର କଲ୍‌ କରିବା ସତ୍ତ୍ୱେ ମଧ୍ୟ କଠିହାର ରେଳ ବିଭାଗ ଏସ୍ପି କୌଣସି ଉତ୍ତର ଦେଇନଥିଲେ।

ଜଣେ ବିହାର ପୋଲିସ ଅଧିକାରୀ କହିଛନ୍ତି  ରେଳବାଇ ପୋଲିସ କିମ୍ୱା ରାଜ୍ୟ ଏନେଇ ନିଜଆଡ଼ୁ କୌଣସି ମାମଲା ରୁଜୁ କରିନାହାନ୍ତି। ଏହି ଘଟଣାଟି ଚଳନ୍ତା ଟ୍ରେନ୍‌ରେ ହୋଇଥିବାରୁ ଏହା ରେଳବାଇ ପୋଲିସର ଦାୟିତ୍ୱ।

କଠିହାର ରେଳ ଷ୍ଟେସନ ଅଧିକାରୀ ରବିନ୍ଦ୍ର କୁମାର କହିଛନ୍ତି ‘‘ଆମେ ବର୍ତ୍ତମାନ ସୁଦ୍ଧା ସମ୍ପୃକ୍ତା ମହିଳା କନଷ୍ଟେବଲଙ୍କ ବୟାନ୍‌କୁ ରେକର୍ଡ କରିନାହୁଁ। ତାଙ୍କ ବୟାନରୁ ସ୍ପଷ୍ଟ ହେବଯେ ଏହି ଘଟଣା କେଉଁ କ୍ଷେତ୍ରରେ ଘଟିଛି’’। ପୋଲିସ ଏବେ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ତଲାସି ଅଭିଯାନ ଆରମ୍ଭ କରିଛି ବୋଲି ସେ କହିଛନ୍ତି।

କର୍ଣ୍ଣାଟକର ଜଣେ ଭାରତୀୟ ସେନାର ଯବାନ୍‌ଙ୍କର ରହସ୍ୟମୟ ମୃତ୍ୟୁର ତିନି ଦିନ ପରେ ଏହି ଘଟଣା ସାମ୍ନାକୁ ଆସିଛି। ଯବାନ୍‌ ଜଣଙ୍କ ଡ୍ୟୁଟିରେ ଥିବା ସମୟରେ ଆସାମରୁ ତେଜପୁରକୁ ଫେରିବା ବେଳେ ଏମିତି ଘଟିଥିଲା।

   Related Posts