ଇନ୍ସୁରାନ୍ସ ଟଙ୍କା ଲୋଭରେ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ: ସମ୍ପତ୍ତି ଲୋଭରେ ପିଟି ପିଟି ଭାଙ୍ଗି ଦେଇଥିଲା ସ୍ୱାମୀର ଗୋଡ଼

Published By : Prameya-News7 Bureau | October 06, 2022 IST

ଜୟପୁର: ଆଜିର ଦୁନିଆରେ ଟଙ୍କା ଓ ଶାରିରୀକ ଆବଶ୍ୟକତା ପାଖରେ ସମ୍ପର୍କ ଯେମିତି ତୁଚ୍ଛ ହୋଇଗଲାଣି। ସ୍ୱାମୀ-ସ୍ତ୍ରୀ, ମଆ-ପୁଅ ଆଦି ଏସବୁ ସମ୍ପର୍କର ଯେମିତି ଆଉ କିଛି ମୂଲ୍ୟ ନାହିଁ। କାରଣ ଆମ ଚାରିଖରେ ଏମିତି ଘଟଣା ଘଟୁଛି, ଯାହା ଜାଣିବା ପରେ ସମ୍ପର୍କ ଉପରେ ଭରସା ତୁଟିଯାଉଛି। ରାଜସ୍ଥାନ ନାଗପୁର ଜିଲ୍ଲାରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଇନ୍ସୁରାନ୍ସ ଟଙ୍କା ଲୋଭରେ ସ୍ୱାମୀକୁ ହତ୍ୟା କରିଛି ସ୍ତ୍ରୀ।

ଖବର ଶୁଣି ଆପଣ ହତବାକ ହୋଇଯିବେଣି। ତେବେ କଥା ସେତିକିର ସରିନି। ମହିଳା ଜଣଙ୍କ ଏତେ ଲୋଭୀ ଥିଲେ ଯେ ସ୍ୱାମୀଙ୍କ ସମ୍ପତ୍ତିକୁ ନିଜ ନାଁରେ କରିବାକୁ ସେ ସ୍ୱାମୀଙ୍କୁ ଗତ ୩ ବର୍ଷ ହେଲା ଯନ୍ତ୍ରଣା ଦେଇ ଆସୁଥିଲେ। ୫୦ ଲକ୍ଷ ଟଙ୍କାର ଏକ ଜମି ବି ମହିଳା ତାଙ୍କ ନାଁରେ କରାଇ ନେଇଛନ୍ତି। ଅଭିଯୋଗ ଏହା ବି ହେଉଛି ଯେ ସ୍ୱାମୀଙ୍କ ମୃତ୍ୟୁ ପୂର୍ବରୁ ଲୋଭୀ ମହିଳା ପିଟି ପିଟି ତାଙ୍କ ସ୍ୱାମୀଙ୍କ ଗୋଡ଼ ଭାଙ୍ଗି ଦେଇଥିଲେ।

କୁରଦୟା ଗାଁରେ ଏଭଳି ଘଟଣା ଘଟିଥିବା ବେଳେ ମେର୍ତା ଥାନାରେ ଏ ନେଇ ମାମଲା ରୁଜୁ ହୋଇଛି। ଘଟଣାରେ ପୁଲିସ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିବା ସହ ମହିଳା ତାଙ୍କ ଅପରାଧ ସ୍ୱୀକାର କରିଛନ୍ତି।

ମୃତ ବ୍ୟକ୍ତିଙ୍କ ପରିବାର ଲୋକଙ୍କ କହିବା କଥା ହେଲା ସ୍ୱାମୀଙ୍କ ନାଁରେ ଥିବା ୫୦ ଲକ୍ଷ ଟଙ୍କାର ଇନ୍ସୁରାନ୍ସ କ୍ଲେମ୍ କରିବାକୁ ଲୋଭରେ ପଡ଼ି ମହିଳା ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଛନ୍ତି। ସେ ଅନେକ ସମୟରେ ସ୍ୱାମୀଙ୍କ ଉପରେ ଅତ୍ୟାଚାର କରୁଥିଲେ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁସାରେ, ୫୭ ବର୍ଷୀୟ ନୀମାରାମ ମକ୍କଡ଼ଙ୍କର ତାଙ୍କ ପତ୍ନୀ ୪୭ ବର୍ଷୀୟ ଶାରଦାଙ୍କ ସହ ସମ୍ପତ୍ତିକୁ ନେଇ ଗତ ୩ ବର୍ଷ ହେଲା ବିବାଦ ଲାଗି ରହୁଥିଲା। ଦମ୍ପତିଙ୍କର ଗୋଟିଏ ପୁଅ ଓ ଝିଅ ଅଛନ୍ତି। ୩ ମାସ ତଳେ ଶାରଦା ତାଙ୍କ ସ୍ୱାମୀଙ୍କ ନାଁରେ ୩୦ ଲକ୍ଷ ଟଙ୍କାର ବୀମା କରାଇଥିଲେ। ତା ସହିତ ପୁଅ ପାଇଁ ଏକ ପିକଅପ୍ ଓ ଟ୍ରାକ୍ଟର ଅଣାଯାଇଥିଲା। ଏଥିପାଇଁ ୨୦ ଲକ୍ଷ ଋଣ କରାଯାଇଥିଲା। ଏଇଠୁ ହିଁ କଳି ମଞ୍ଜି ଆରମ୍ଭ ହୋଇଥିଲା। ଶାରଦ କିଛି ଷଡ଼ଯନ୍ତ୍ର କରୁଛନ୍ତି ବୋଲି ସନ୍ଦେହ କରିଥିଲେ ସ୍ୱାମୀ ନୀମାରାମ।

ତିନି ବର୍ଷ ତଳେ ଶାରଦା ନୀମାରାମଙ୍କ ଜମିରୁ ୧୫ ବିଘାସ(ଏକ ଏକର) ଜମି ନିଜ ନାଁରେ କରିଥିଲେ। ସେବେଠାରୁ ସେ ଶାରଦା ଓ ନୀମାରାମଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା ଓ ପତ୍ନୀ ଶାରଦା ସ୍ୱାମୀଙ୍କୁ ହତ୍ୟା କରିବାକୁ ଯୋଜନା ଆରମ୍ଭ କରିଦେଇଥିଲେ। ମଙ୍ଗଳବାର ଦିନ ୧୨ଟା ବେଳେ ନୀମାରାମ ମଦ ପିଇ ଘରକୁ ଆସିଥିଲେ।ଏହାକୁ ନେଇ ପାଟିତୁଣ୍ଡ କରିଥିଲେ ଶାରଦା। ଫଳରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ଆଉ ନୀମାରାମ ପତ୍ନୀଙ୍କୁ ମାଡ଼ ମାରିଥିଲେ। ତେବେ ମାଡ଼ ମାରିବା ବେଳେ ସେ ହଠାତ୍ ବେହୋସ୍ ହୋଇଯିବାରୁ ଶାରଦା ତୁରନ୍ତ ନୀମାରାମଙ୍କ ଗଳା କାଟି ଦେଇଥିଲେ। ବିବାହର ୨୮ ବର୍ଷ ପରେ ସ୍ୱାମୀ-ସ୍ତ୍ରୀଙ୍କ ହାତଗଣ୍ଠି କଟାରୀରେ ଛିଡ଼ିଯାଇଥିଲା।

ହତ୍ୟା ପରେ ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚିଥିଲା ପୁଲିସ। ଶାରଦଙ୍କୁ ଗିରଫ କରିବା ସହ ବିରୋଧରେ ମାମଲା ମଧ୍ୟ ରୁଜୁ କରିଛି। ଶାରଦା ଦୋଷ ସ୍ୱୀକାର କରିଥିବା ବେଳେ ଘଟଣାରେ ତଦନ୍ତ ଜାରି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.