ଟିଟିଲାଗଡ଼ ସାତବହନୀ ଜଙ୍ଗଲରେ ମହିଳାଙ୍କୁ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | August 11, 2018 IST

ଟିଟିଲାଗଡ଼ ୧୧/୮ : ଟିଟିଲାଗଡ଼ ସାତବହନୀ ଜଙ୍ଗଲରେ ମହିଳାଙ୍କୁ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି । ବାଗଡେର ଅଞ୍ଚଳରୁ ତାକୁ ପୋଲିସ ଗିରଫ କରିଛି । ଗତ ଗୁରୁବାର ଗଛରେ ବନ୍ଧା ହୋଇଥିବା ଅବସ୍ଥାରେ ଜଣେ ମହିଳାଙ୍କ ମୃତ ଦେହ ମିଳିଥିଲା । ମହିଳାଙ୍କ ଶରୀର ପୂରା ଉଲଗ୍ନ ଥିଲା । ମହିଳାଙ୍କୁ ନିର୍ମମ ହତ୍ୟା ପୂର୍ବରୁ ଦୁଷ୍କର୍ମ କରାଯାଇଥିବା ସନ୍ଦେହ କରାଯାଉଛି । ମହିଳାଙ୍କ ବୟସ ୨୫ ରୁ ୩୦ ବର୍ଷ ମଧ୍ୟରେ ହୋଇଥିବା ବେଳେ, ସେ ବିବାହିତ ବୋଲି ଅନୁମାନ କରାଯାଉଛି । ଏହିମାମଲାରେ ପୋଲିସକୁ ମିଳିଲା ସୁରାକ ମିଳିବା ପରେ ଘଟଣାରେ ସଂପୃକ୍ତି ନେଇ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିଲା ଟିଟିଲାଗଡ଼ ପୋଲିସ । ସେମାନଙ୍କ ସୂଚନା ଆଧାରରେ ମୁଖ୍ୟ ଅଭିଯୁକ୍ତକୁ ପୋଲିସ କବଜାକୁ ନେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.