ସ୍ଵାମୀକୁ ପ୍ରେମିକ ସହ ମିଶି ମାରିଦେଲେ ମହିଳା, ଫ୍ରିଜରେ ପୂରେଇ ଫୋପାଡ଼ିଦେଲେ କେନାଲରେ

Published By : Prameya-News7 Bureau | January 19, 2019 IST

ଜାମସେଦପୁର ୧୯/୧- ପ୍ରେମ ସହ ପରକୀୟା  ଯୋଡ଼ିଲେ ପରିଣତି ହୋଇଥାଏ ଭୟାବହ । ପ୍ରେମିକ ହେଉବା ପ୍ରେମିକା ଏହି ପରକୀୟା ପ୍ରେମରେ ଉଭୟ ଉଭୟଙ୍କୁ ପାଇବାକୁ ହୋଇପଡ଼ନ୍ତି ବ୍ୟାକୁଳ । ସେଥିପାଇଁ କାହାକୁ ଏହି ରାସ୍ତାରୁ ହଟାଇବାକୁ ପଡ଼ିଲେ ବି ଅପରାଧ କରିବାକୁ ପଛାଇ ନ ଥାନ୍ତି ।

{"id":75983}

ଏହିଭଳି ଘଟଣାଟିଏ ଘଟିଛି ଜାମସେଦପୁର ଗୋବିନ୍ଦପୁର ଅଂଚଳରେ । ଜମି କିଣାବିକା  ବ୍ୟବସାୟ କରୁଥିବା ତପନ ଦାସ ନାମକ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରିବା ପରେ ପଦାକୁ ଆସିଛି ଚାଂଚଲ୍ୟକର ଘଟଣା ।

{"id":75984}

ତପନ ଦାସ ନିଜ ପରିବାର ସହ ଗୋବିନ୍ଦପୁର ଅଂଚଳରେ ରହୁଥିଲେ । ପତ୍ନୀ ଶ୍ରେୟା ସହ ସୁମିତ ସିଂ ନାମକ ଜଣେ ଯୁବକଙ୍କ ସହ ପ୍ରେମ ହୋଇଗଲାପରେ ବିଗିଡ଼ି ଯାଇଥିଲା ସବୁ ପାଣିପାଗ । ଶ୍ରେୟା ଓ ସୁମିତ ବେଫିକରଭାବେ ପ୍ରେମ କରୁଥିଲେ । ଏହି ପ୍ରେମର ବାଧକ ସାଜୁଥିବା ତପନକୁ ରାସ୍ତାରୁ ହଟାଇଦେବାକୁ ଚାହୁଁଥିଲେ ।

ସେମାନେ ଘଟଣାଦିନ ତପନ ଓ ଶ୍ରେୟା ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା । ଶ୍ରେୟା ପ୍ରେମିକ ସୁମିତକୁ ଫୋନ କରି ଡ଼ାକିଥିଲା । ସୁମିତ ତା ର ଜଣେସାଙ୍ଗ  ସୋନୁ ନାମକ ଯୁବକକୁ ସାଙ୍ଗରେ ଧରି ଆସିଥିଲା । ସେମାନେ ସମସ୍ତେ ତପନର ଗଳାଚିପି ହତ୍ୟା କରିଥିଲେ ।

ତା ପରେ ସେମାନେ ତପନକୁ ହତ୍ୟା କଲାପରେ ଫ୍ରିଜରେ ପୂରାଇ ରଖିଦେଲେ । ତା ପରଦିନ ସେମାନେ ଅଟୋରେ ନେଇ ବହୁତଦୂରରେ ବୁଦାମୂଳେ ପକାଇଦେଇଥିଲେ ।

ତପନ ନିଖୋଜ ହେବାକୁ ନେଇ ଶ୍ରେୟା ପୋଲିସ ପାଖକୁ ଯାଇ ମାମଲା ଦାୟର କରିଥିଲା । ପୋଲିସ ବିଭିନ୍ନ ଆଡ଼େ ଖୋଜାଖୋଜି କରିଥିଲେ ମଧ୍ୟ ତପନର ଖୋଜଖବର କିଛି ପାଇ ନ ଥିଲା ।

 ଶ୍ରେୟା ପୋଲିସକୁ ଭୂଆଁ ବଲାଇବାକୁ କହିଥିଲା ଘଟଣାଦିନ ତାଙ୍କର ଦୁଇଜଣ ସାଙ୍ଗ ଫୋନ କରି ଡ଼ାକିଥିଲେ । ସେ କାମ ଅଛି ବୋଲି କହି ଆଲମିରାରୁ ୨ଲକ୍ଷ ଟଂକା ନେଇ ବାହାରିଯାଇଥିଲେ । କିନ୍ତୁ ରାତି ୧୨ଟା ବେଳକୁ ଫୋନ ଲଗାଇବା ପରେ ଫୋନ ସ୍ଵଚ୍ ଅଫ ଥିଲା । ପୋଲିସ ଏହି ଘଟଣାର କିଛି ଖିଅ ପାଉ ନଥିଲା ।

କିଛିଦିନ ପରେ ସୋସିଆଲ ମିଡ଼ିଆରେ ଫ୍ରିଜ ଭିତରେ ଶବ ମିଳିବା ନେଇ ଘଟଣା ଚର୍ଚ୍ଚାକୁ ଆସିଥିଲା । ତପନଙ୍କର କେହିଜଣେ ବନ୍ଧୁ ଏହି ଖବର ଶ୍ରେୟାକୁ ଜଣାଇଥିଲା । ପୋଲିସ ମଧ୍ୟ ଶବକୁ ଜବତ କରି ତପନ ଦାସ ବୋଲି ଚିହ୍ନିଥିଲା ।

ଏହାପରେ ପୋଲିସର ସନ୍ଦେହ ଶ୍ରେୟା ଉପରକୁ ଆସିଥିଲା । ଶ୍ରେୟାକୁ ଥାନାକୁ ଡ଼ାକି ପଚରାପଚରି କଲାପରେ ସବୁ ସତକଥା ପଦାକୁ ଆସିଥିଲା । ପୋଲିସ ଶ୍ରେୟା, ସୁମିତ ଓସୋନୁକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.