କେନାଲରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର, ମିଳିନି ପରିଚୟ
15/08/2022 at 4:12 PM

ମୋରଡା ୧୫।୮: ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ୍ ଅଞ୍ଚଳରେ ଥିବା ସୁବର୍ଣ୍ଣରେଖା ମୁଖ୍ୟ କେନାଲ ଭିତରୁ ଜନୈକ ଅଜଣା ମହିଳାଙ୍କ ଗଳିତ ଶବ ଉଦ୍ଧାର ହୋଇଛି । ମୋରଡା ଥାନା ପୋଲିସ ମହିଳାଙ୍କ ମୃତଦେହ ଉଦ୍ଧାର କରିଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ ଯେ, ମୋରଡା ଥାନା ଅନ୍ତର୍ଗତ ଭାଲୁକଚୁଆ ନିକଟ ଦେଇ ଯାଇଥିବା ସୁବର୍ଣ୍ଣରେଖା ମୁଖ୍ୟ କେନାଲ ଭିତରେ ଜନୈକ ଅଜଣା ମହିଳାଙ୍କ ଉଲଗ୍ନ ଗଳିତ ଶବ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ମୋରଡା ଥାନା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଏହାସହ ଚିତ୍ରଡା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିଥିଲା । ତେବେ ମୃତଶରୀର ହାତରେ ଚୂଡି ଥିବାରୁ ସେ ଜଣେ ମହିଳା ବୋଲି କୁହାଯାଉଛି ।