ଟ୍ରେନ୍ ଲାଇନ୍ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
22/03/2023 at 10:40 AM

କାମାକ୍ଷାନଗର ୨୨।୩: ଟ୍ରେନ୍ ଲାଇନ୍ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ । ଢେଙ୍କାନାଳ ଜିଲ୍ଲା ବୁଢାପଙ୍କ-ଡୁବୁରୀ ନୂତନ ରେଳଲାଇନ ପଥରଖମ୍ବ ଗ୍ରାମ ନିକଟରୁ ଠାବ ହୋଇଛି । ଟ୍ରେନ୍ ଧକ୍କାରେ ମହିଳାଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ ।
ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅଞ୍ଚଳ ଟ୍ରେନ୍ ଲାଇନ୍ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ ହୋଇଛି । ମୃତ ମହିଳା ହେଲେ କାମାକ୍ଷାନଗର ଥାନା ପଥରଖମ୍ବ ଗ୍ରାମର ବନିତା ବିଶ୍ବାଳ । ବୁଢାପଙ୍କ-ଡୁବୁରୀ ନୂତନ ରେଳଲାଇନର ପଥରଖମ୍ବ ଗ୍ରାମ ନିକଟରୁ ଠାବ ହୋଇଛି ମୃତଦେହ । ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଯୋଗୁଁ ଟ୍ରେନ୍ ଧକ୍କାରେ ମହିଳାଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ ।