Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ଭିଏଲସି ମିଡିଆ ପ୍ଲେୟାର ବ୍ୟାନ୍, ଓ୍ୱେବସାଇଟରେ ଆସୁଛି ଆଇଟି ଆକ୍ଟ ମେସେଜ୍
  • ||
  • ୨୪ ଘଣ୍ଟାରେ ଘନୀଭୂତ ହେବ ଲଘୁଚାପ, ପ୍ରଭାବରେ ଦୁଇଦିନ ପ୍ରବଳ ବର୍ଷିବ
  • ||
  • ରେଳ ଧାରଣାରୁ ମିଳିଲା ମନ୍ତ୍ରୀଙ୍କ ଭଣଜାଙ୍କ ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଦେଶରେ ଉପରତଳ କରୋନା ଗ୍ରାଫ୍, ୨୪ ଘଣ୍ଟାରେ ବାହାରିଲେ ୧୫୮୧୫ କରୋନା ପଜିଟିଭ୍
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୩ କୋଭିଡ୍ ପଜିଟିଭ୍
  • ||
  • କନ୍ନଡ ଗାୟକ ଶିବମୋଗା ସୁବାନାଙ୍କ ଦେହାନ୍ତ, ୮୩ ବର୍ଷ ବୟସରେ ହୃଦଘାତରେ ପରଲୋକ
  • ||
  • ଲଘୁଚାପ ସକ୍ରିୟ : ଦୁଇ ଦିନ ଯାଏଁ ପ୍ରବଳ ବର୍ଷା, ଫୁଲୁଛି ବିଭିନ୍ନ ନଦୀ
  • ||

ଲୁଟ୍ ପାଇଁ ହତ୍ୟା ! କୂଅରୁ ମିଳିଲା ମହିଳାଙ୍କ ମୃତଦେହ, ଘରୁ ସୁନାଗହଣା ଟଙ୍କା ପଇସା ସବୁ ଗାୟବ

23/12/2020 at 3:59 PM

ବଲାଙ୍ଗୀର ୨୩।୧୨: ମହିଳାଙ୍କୁ ବୀଭତ୍ସ ହତ୍ୟା । ହତ୍ୟା କରି କୂଅରେ ଫିଙ୍ଗି ଦେଲେ ଅଭିଯୁକ୍ତ । ଏଭଳି ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲା ଟିଟିଲାଗଡରେ । ପରିପାର୍ଶ୍ବିକ ସ୍ଥିତିରୁ ଯୋଜନାବଦ୍ଧ ଭାବେ ମହିଳାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ସହର ସର୍ଗିଗୁଡା ସ୍ଥିତ ଆନନ୍ଦ ଅଗ୍ରୱାଲଙ୍କ ସ୍ତ୍ରୀ ସୁମିତ୍ରା ଅଗ୍ରୱାଲଙ୍କ ଶବ ତାଙ୍କ ଘର ଅଗଣାରେ ଥିବା କୂଅରେ ଭାସୁଥିବା ଦେଖିବାକୁ ମିଳିଥିଲା । କେହି ତାଙ୍କୁ ହତ୍ୟା କରି କୂଅରେ ଫିଙ୍ଗି ଦେଇଥିବା ତାଙ୍କ ସ୍ବାମୀ ଅଭିଯୋଗ କରିଛନ୍ତି । ଏମିତି କି ଘରୁ କିଛି ଟଙ୍କା ଏବଂ ସୁନାଗହଣା ନଥିବା ବେଳେ ଡକାୟତି ବା ଲୁଟର ଶିକାର ହେବା ସହ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରି ଦୁବୃର୍ତ୍ତ ଫେରାର ମାରିଥିବା ଅଭିଯୋଗ କରିଛନ୍ତି ।

ଖବର ପାଇ ଟିଟିଲାଗଡ଼ ପୋଲିସ, ଟିଟିଲାଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକାରୀ, ବଲାଙ୍ଗୀର ଫରେନସିକ୍ ଟିମ୍ ଘରର ସିଲ୍ ଖୋଲି ତଦନ୍ତ ଆରମ୍ଭ କରିଛନ୍ତି । କୂଅ ନିକଟରୁ କେତେକ ଚୁଡ଼ି ଖଣ୍ଡ, ଘର ଭିତରେ କେତେକ ଭଙ୍ଗା ଚୁଡ଼ି ସହ ମହିଳାଙ୍କୁ ଘୋଷାରି ଘୋଷାରି ଆଣି କୂଅରେ ଫିଙ୍ଗି ଥିବା ଚିହ୍ନ ଥିବା ଫରେନସିକ୍ ଟିମ୍ ସନ୍ଦେହ କରୁଛି । ଏମିତି କି କେତେକ ସ୍ଥାନରେ ପ୍ରମାଣ ହଟାଇବାକୁ ଚି଼ହ୍ନ ଲିଭା ଯାଇଥିବା ପ୍ରୟାସ କରାଯାଇଥିବା ସନ୍ଦେହ କରୁଛି ତଦନ୍ତକାରୀ ଟିମ୍ । ତେବେ ପରିପାର୍ଶ୍ଵିକ ସ୍ଥିତିକୁ ଦେଖିଲେ ଯୋଜନା ବଦ୍ଧ ଭାବରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

ପୋଲିସ ମୃତଦେହ ଜବତ କରି ପୋଷ୍ଟ ମର୍ଟମ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛି । ମୃତ୍ୟର କାରଣ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡିବ ବୋଲି ପୋଲିସ କହିଛି ।

   Related Posts