ଶୋଇବା ଘରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ଗୁଣି ସନ୍ଦେହରେ ହତ୍ୟା ଅଭିଯୋଗ
15/02/2020 at 7:26 AM

ଆନନ୍ଦପୁର ୧୫।୨: କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଶୁଆପୁର ଗ୍ରାମରେ ଶୋଇବା ଘରୁ ଜଣେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ବୃଦ୍ଧା ବାଙ୍ଗି ମୁର୍ମୁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ସବୁଦିନ ଭଳି ଗୁରୁବାର ରାତିରେ ନିଜ କୋଠରୀରେ ବୃଦ୍ଧା ଜଣଙ୍କ ଶୋଇଥିଲେ । ଅନ୍ୟ କୋଠରୀରେ ପୁଅ ବୋହୁ ଦୁଇ ପିଲାଙ୍କୁ ନେଇ ଶୋଇଥିଲେ । ଶୁକ୍ରବାର ସକାଳୁ ପୁଅ ବୋହୁ ଉଠିବା ସମୟରେ ଶୋଇବା ଘରର କବାଟ କେହି ବାହାରପଟୁ ବନ୍ଦ କରିଦେଇଥିଲେ । ନିଜ କୋଠରୀ କବାଟ ଖୋଲିବାପରେ ଦେଖିଥିଲେ ଯେ, କୋଠରୀରେ ମା’ଙ୍କ ମୃତଦେହ ପଡିଥିଲା । ଏନେଇ ପୋଲିସକୁ ଖବର କରିବାରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତା ବୃଦ୍ଧା ବାଙ୍ଗି ମୁର୍ମୁଙ୍କୁ କେହି ଗୁଣିଗାରେଡି କରୁଥିବା ନେଇ ସନ୍ଦେହ କରି ହତ୍ୟା କରିଥାଇପାରେ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି ।