ମନ୍ଦିର ପରିସରରୁ ମହିଳାଙ୍କ ମୃତଦେହ ଉଦ୍ଧାର, ଦେଢଶୂର ଶାବଳରେ ହାଣି ହତ୍ୟା କରିଥିବା ଅଭିଯୋଗ

Published By : Prameya-News7 Bureau | August 16, 2020 IST

ସାନଖେମୁଣ୍ଡି ୧୬।୮: ମନ୍ଦିର ପରିସରରୁ ମହିଳାଙ୍କ ମୃତଦେହ ଉଦ୍ଧାର । ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ୍ ହରଡାପଦର ଗାଁ ଶିବ ମନ୍ଦିର ପରିସରରୁ ମୃତଦେହ ଉଦ୍ଧାର ହୋଇଛି । ମହିଳାଙ୍କ ଦେଢଶୂର ଶାବଳରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ ଆରମ୍ଭ କରିଛି ।

{"id":315261,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ୍ ହରଡାପଦର ଗ୍ରାମ ଶିବ ମନ୍ଦିର ପରିସରରେ ମହିଳାଙ୍କୁ ହତ୍ୟା କରାଯାଇଛି । ମହିଳା ଜଣଙ୍କ ହେଲେ ରଞ୍ଜିତା ନାୟକ । ତାଙ୍କ ବୟସ ୪୨ ବର୍ଷ । ମହିଳାଙ୍କ ଘର ସେହି ଗ୍ରାମର ହରିଜନ ସାହିରେ ବୋଲି ଜଣାପଡିଛି ।

{"id":315262,"sizeSlug":"large"}

ସକାଳୁ ମହିଳା ଜଣଙ୍କ ମନ୍ଦିରକୁ ଯାଇଥିଲେ । ସେଠି ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ତାଙ୍କ ଦେଢଶୁର ମହିଳାଙ୍କ ମୁଣ୍ଡକୁ ଏକ ଶାବଳରେ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ମହିଳା ଜଣଙ୍କର ଘଟଣାସ୍ଥଳରେ ମୁତ୍ୟୁ ହୋଇଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.